fbpx

ବର୍ଷାଋତୁରେ ସହଜରେ ଦୂର କରିପାରିବା କପଡ଼ାର ଦୁର୍ଗନ୍ଧ : ଜାଣିନିଅନ୍ତୁ ଏହାର ଉପାୟ

ଭୁବନେଶ୍ୱର: ବର୍ଷାଋତୁର ଆଗମନ ହୋଇଗଲାଣି ଏବଂ ବର୍ଷା କାରଣରୁ ଗରମରୁ ଅଳ୍ପ ଆରାମ ମିଳିବା ଆରମ୍ଭ ହୋଇଗଲାଣି । ବର୍ଷା ହେତୁ ବାୟୁ ଏବଂ ସୂର୍ଯ୍ୟ କିରଣ ଘରେ ପ୍ରବେଶ କରେ ନାହିଁ, ତେଣୁ ବନ୍ଦ ଥିବା ସ୍ଥାନରୁ ଦୁର୍ଗନ୍ଧ ଆସିବା ଆରମ୍ଭ ହୋଇଗଲାଣି । ଏହା ସହିତ ପୋଷାକରୁ ମଧ୍ୟ ଦୁର୍ଗନ୍ଧ ଆସିଥାଏ । ଭଲ ଭାବରେ ସଫା କରି ଧୋଇବା, କିନ୍ତୁ ବର୍ଷାଋତୁରେ ତାଜା ରଖିବା ଏବଂ ସୁଗନ୍ଧରେ ରଖିବା ଅସମ୍ଭବ ହୋଇଯାଏ । ଏହିଭଳି କପଡାରୁ ଆସୁଥିବା ଦୁର୍ଗନ୍ଧର କାରଣରୁ ଲୋକେ ବର୍ଷା ଋତୁର ଜୀବନଶୈଳୀକୁ ଅନୁସରଣ କରିପାରନ୍ତି ନାହିଁ । କିନ୍ତୁ ଚିନ୍ତା କରନ୍ତୁ ନାହିଁ । ଆମେ ଆପଣଙ୍କୁ କିଛି ଉପୟ କହିବୁ ଯାହାକୁ ପ୍ରୟୋଗ କରି ଆପଣ କପଡାରୁ ଆସୁଥିବା ଦୁର୍ଗନ୍ଧକୁ ଦୂରେଇ ପାରିବେ ।

ଜାଣିନିଅନ୍ତୁ ଦୁର୍ଗନ୍ଧକୁ ଦୂରେଇବାର ଉପାୟ :

କପଡା ଗୁଡିକୁ ଗୋଟିଏ ସ୍ଥାନରେ ଗଦା କରି ରଖନ୍ତୁ ନାହିଁ : ଅଧିକାଂଶ ଲୋକ ମଇଳା ହୋଇଥିବା କପଡାକୁ ସଫା କରିବା ପାଇଁ ଏକ ବ୍ୟାଗରେ ବା ୱାସିଂ ମେସିନ ଭିତରେ ଗଦା କରି ରଖନ୍ତି । ବର୍ଷାଋତୁରେ କପଡା ଗୁଡିକୁ କୌଣସି ବନ୍ଦ ସ୍ଥାନରେ ରଖିଲେ, ସମୟ ଅନୁସାରେ ତାହାର ଦୁର୍ଗନ୍ଧ ବଢିଥାଏ । ଏଥିଯୋଗୁଁ କପଡାଗୁଡିକୁ ଦୌଡି ବାନ୍ଧି ସେଥିରେ ଅଲଗା ଅଲଗା କରି ରଖନ୍ତୁ ଏବଂ ଧୋଇବା ପରେ ଭଲ ଭାବରେ ସୁଖଅଇ ଦିଅନ୍ତୁ ।

ନିୟମିତ ଭାବରେ ସଫା କରନ୍ତୁ : ଓଦା ଏବଂ ମଇଳା କପଡାକୁ ଏପଟେ ସେପଟେ ନପକାଇ, ଜଲଦି ସଫା କରିଦିଅନ୍ତୁ । ଆପଣ ଯେତେ ଶୀଘ୍ର କପଡାକୁ ସଫା କରିବେ ତାହା ମଧ୍ୟରୁ ସେତେ ଶୀଘ୍ର ଦୁର୍ଗନ୍ଧ ଆସିବା ବନ୍ଦ ହୋଇଯିବ । ଏଥିଯୋଗୁଁ କପଡାକୁ ନିୟନିତ ଭାବେ ଧୋଇ ଦିଅନ୍ତୁ ।

ଭିନେଗାର ଏବଂ ବେକିଂ ସୋଡା ବ୍ୟବହାର କରନ୍ତୁ : ପ୍ରତ୍ୟେକ ଦିନ ୱାସିଂ ପାଉଡ଼ର ବ୍ୟବହାର କରିବା ଦ୍ୱାରା ଦନ୍ଧ ଦୂର ହୋଇନଥାଏ । ଏଥିଯୋଗୁଁ ୱାସିଂ ପାଉଡର ବ୍ୟବହାର କରିବା ସହ ପାଣିରେ ଅଳ୍ପ ଭିନେଗାର ଏବଂ ବେକିଂ ସୋଡା ମିଶାନ୍ତୁ । ଏହା ଦନ୍ଧକୁ ଦୂରେଇବାରେ ସାହାଯ୍ୟ କରିଥାଏ ।

କପଡାକୁ ଭିତରେ ଶୁଖାନ୍ତୁ : ଲଗାତାର ବର୍ଷା ହେବା ବେଳେ ସଫା ହୋଇଥିବା ଓଦା କପଡାକୁ ବାହାରେ ନଶୁଖାଇ, ଘର ଭିତରେ ପଙ୍ଖାର ପବନରେ ଶୁଖାଇ ଦିଅନ୍ତୁ । ଯେତେବେଳେ ଖରା ଆସିବ ପୁଣି କପଡାକୁ ଅଳ୍ପ ସମୟ ପାଇଁ ବାହାରେ ଖରାରେ ଶୁଖାଇ ଦେବେ, ଏହାଫଳରେ କପଡାରୁ ଗନ୍ଧ ଆସିବା ବନ୍ଦ ହୋଇଯିବା ।

Get real time updates directly on you device, subscribe now.