ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ତାଙ୍କର ଆଗାମୀ ପ୍ରୋଜେକ୍ଟଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଲସ୍ ଆଞ୍ଜେଲସରେ ତାଙ୍କର ଗୋଟିଏ ଶୁଟ୍ ଚାଲିଥିବା ବେଳେ ତାଙ୍କ ନାକରେ ଆଘାତ ଲାଗିଥିଲା। ଏହାପରେ ପ୍ରବଳ ରକ୍ତସ୍ରାବ ହେତୁ ତୁରନ୍ତ ଶାହାରୁଖଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କର ରକ୍ତସ୍ରାବ ବନ୍ଦ କରିବା ପାଇଁ ଏକ ଛୋଟ ଅସ୍ତ୍ରୋପଚାର କରାଯାଇଛି।
ତେବେ ଅପରେସନ୍ ପରେ ଶାହରୁଖଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଏହି ଘଟଣା ପରେ ଶାହରୁଖ ଆମେରିକାରୁ ଭାରତ ଫେରି ଆସିଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ତାଙ୍କ ନାକରେ ବ୍ୟାଣ୍ଡେଜ୍ ଲାଗିଥିବା ଦେଖିବାକୁ ମିଳିଥିଲା । ଏବେ ଘରକୁ ଫେରି ଶାହରୁଖ ବିଶ୍ରାମ କରୁଛନ୍ତି । ତେବେ ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଶାହରୁଖଙ୍କ ଟିମ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଏଭଳି ସ୍ଥିତିରେ ଶାହରୁଖଙ୍କ ପ୍ରଶଂସକମାନେ ତାଙ୍କର ଶୁଭକାମନା କରିଛନ୍ତି ।
ଚଳିତ ବର୍ଷ ଜାନୁଆରିରେ ସିନେମା ଘରକୁ ଆସିଥିବା ଶାହରୁଖଙ୍କ ପଠାନ୍ ସୁପରହିଟ୍ ହୋଇଥିଲା । ଆଗାମୀ ଫିଲ୍ମ ଗୁଡ଼ିକୁ ନେଇ ମଧ୍ୟ ଶାହରୁଖ ଚର୍ଚ୍ଚାରେ ରହିଛନ୍ତି । ଦକ୍ଷିଣ ଭାରତର ଭେଟେରାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଟଲି କୁମାରଙ୍କ ନିର୍ଦ୍ଦେଶନାରେ ଯବାନ ଚଳଚିତ୍ର ଆସିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ଶାହରୁଖଙ୍କ ସହ ନୟନତାରା ଏବଂ ବିଜୟ ସେଥୁପଥି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହାବାଦ୍ ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ଏକ ଛୋଟ ଭୂମିକାରେ ନଜର ଆସିବେ ।
#ShahRukhKhan Rushed to Hospital After He Meets With An Accident In Los Angeles, Undergoes Surgery
Read More: https://t.co/i8kujUJiB5 pic.twitter.com/z8btSPxLpP
— TIMES NOW (@TimesNow) July 4, 2023