fbpx

ଗିନିଜ୍ ବିଶ୍ୱ ରେକର୍ଡ: ଦୁଇ ହାତରେ ମାତ୍ର ୨୫ ସେକେଣ୍ଡରେ ୭୫ଟି ପାହାଚ ଅତିକ୍ରମ କଲେ ଯୁବକ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ କିଛି ଅସାଧାରଣ କୃତିତ୍ୱ ଦେଖିବାକୁ ମିଳିଥାଏ । କିଛି ଯୁବକ, ଯୁବତୀ ନିଜର ଦକ୍ଷତା ବଳରେ ନୂଆ ରେକର୍ଡ ସ୍ଥାପନ କରିଥାନ୍ତି । ନିକଟରେ ଜଣେ ୨୯ ବର୍ଷୀୟ ଯୁବକ ଏକ ଅବିଶ୍ୱସନୀୟ କାର୍ଯ୍ୟ କର ଗିରିଜ୍ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ଜଣେ ଯୁବକ ମାତ୍ର ୨୫ ସେକେଣ୍ଡ ସମୟ ମଧ୍ୟରେ ୭୫ଟି ପାହାଚ ଅତିକ୍ରମ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।

ସୂଚନା ମୁତାବକ, ଗିରିଜ୍ ବୁକରେ ସ୍ଥାନ ପାଇଥିବା ଏହି ଯୁବକଙ୍କ ନାମ ହେଉଛି ହରି ଚନ୍ଦ୍ର ଗିରି । ହରିଙ୍କ ଘର ନେପାଳରେ ହୋଇଥିବା ବେଳେ ସେ ମାତ୍ର ୨୫.୦୩ ସେକେଣ୍ଡରେ ଏତେସଂଖ୍ୟକ ପାହାଚ ଅତିକ୍ରମ କରିବାକୁ ସକ୍ଷମ ହୋଇଥିଲେ । ସବୁଠାରୁ ବଡ଼କଥା ହେଉଛି ହରି ନିଜର ଦୁଇ ହାତ ସହାୟତାରେ ଏହି ସବୁ ପାହାଚରେ ଚାଲିଥିଲେ । ତାଙ୍କର ଶରୀରର ଅନ୍ୟ କୌଣସି ଅଙ୍ଗ ଭୂମିକୁ ସ୍ପର୍ଶ କରିନଥିଲା ।

ସାଧାରଣ ଭାବେ ଅଧିକ ସଂଖ୍ୟକ ପାହାଚ ଥିଲେ ଓହ୍ଲାଇବା ସମୟରେ ଭୟ ଲାଗିଥାଏ । ସେଥିପାଇଁ ଅନେକ ଲୋକ ପାହାଚକୁ ଦେଖିଚାହିଁ ଧୀରେଧୀରେ ଚାଲିଥାନ୍ତି । ମାତ୍ର ହରି ଯେଉଁଭଳି ଭଳି ଭାବେ ଏତେ ସଂଖ୍ୟକ ପାହାଚରୁ ନିଜର ଦୁଇ ହାତ ସହାୟତାରେ ଓହ୍ଲାଇଥିଲେ ତାହା ନିଶ୍ଚିତ ଭାବେ ଏକ ଦୁଃସାହସିକ କାର୍ଯ୍ୟ ଥିଲା । ହରି ନେପାଳ ଆର୍ମିର କ୍ରୀଡ଼ା ସେଣ୍ଟରେ କାର୍ଯ୍ୟ କରୁଛନ୍ତି । ଏଭଳି ଦୁଃସାହସିକ କାର୍ଯ୍ୟ କରିବା ଜଣେ ସାଧାରଣ ମଣିଷ ପକ୍ଷେ ଅସମ୍ଭବ । ପୂର୍ବରୁ ଏହି ରେକର୍ଡ ଆମେରିକାର ମାର୍କ କେନିଙ୍କ ନାମରେ ରହିଥିଲା, ଯେ କି ୨୦୧୪ରେ ୩୦.୦୮ ସେକେଣ୍ଡରେ ଏହି ପାହାଚ ଅତିକ୍ରମ କରିଥିଲେ । ମାତ୍ର ହରି ୫ ସେକେଣ୍ଡ ପୂର୍ବରୁ ଏହି ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇପାରିଛନ୍ତି ।

Get real time updates directly on you device, subscribe now.