ମୁମ୍ବାଇ: ଆପଣ ଭିକାରୀ ତ ଦେଖିଥିବେ, କିନ୍ତୁ କେବେ କୋଟିପତି ଭିକାରୀ ଦେଖିଛନ୍ତି କି? ଦୁନିଆରେ ଏମିତି କିଛି ଭିକାରୀ ରହିଛନ୍ତି, ଯିଏ ପେଶାରେ ତ ଭିକାରୀ କିନ୍ତୁ ସଞ୍ଚୟରେ କୋଟିପତିଠୁ କିଛି କମ୍ ନୁହେଁ । ଯାହାଙ୍କର ମାସକୁ ରୋଜଗାର ୬୦ ରୁ ୭୦ ହଜାର ଟଙ୍କା । କଥାଟି ଅଡୁଆ ଲାଗୁଥାଇପାରେ, କିନ୍ତୁ ସତ । ମୁମ୍ବାଇର ଜଣେ ଏମିତି ଭିକାରୀ ଅଛନ୍ତି ଯାହାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୭.୫ କୋଟି । ଭିକ ମାଗି ଆଜି ସେ କୋଟି କୋଟି ଟଙ୍କା ମାଲିକ ।
ପିଲାବେଳେ ଆର୍ଥିକ ଅବସ୍ଥା ଖରାପ ଥିବାରୁ ଭରତଙ୍କୁ ଅଧାରୁ ପାଠପଢ଼ା ଛାଡିବାକୁ ପଡିଥିଲା । ପେଟ ପୋଷିବା ପାଇଁ ସେ ଭିକ ମାଗିବା ଆରମ୍ଭ କରିଥିଲେ । ଭରତଙ୍କର ଏବେ ଦୁଇ ପୁଅ ଅଛନ୍ତି । ତେବେ ଏମିତି ଭିକ ମାଗି ଭରତଙ୍କ ମାସିକ ରୋଜଗାର ହେଉଛି ୬୦ରୁ ୭୫ ହଜାର ଟଙ୍କା । ତେଣୁ ମୁମ୍ବାଇର ଭରତ ଜୈନଙ୍କୁ ବିଶ୍ୱର ସବୁଠୁ ଧନୀ ଭିକାରୀ ବୋଲି କୁହାଯାଉଛି । ମୁମ୍ବାଇ ରାସ୍ତାରେ ଭରତ ଭିକ ମାଗନ୍ତି ଭରତ ଜୈନ । କିନ୍ତୁ ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ । ମୁମ୍ବାଇରେ ତାଙ୍କର ରହିଛି 2BHK ଫ୍ଲାଟ । ଯାହାର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ହୋଇପାରେ । ଏହା ସହ ତାଙ୍କର ଏକ ଦୋକାନର ଭଡ଼ା ମଧ୍ୟ ମାସକୁ ୩୦ହଜାର ଆସୁଛି । ପରେଲରେ ଏକ ଡୁପ୍ଲେକ୍ସ ଘରେ ଭରତ ଜୈନ ତାଙ୍କ ପରିବାର ସହ ରୁହନ୍ତି । ତାଙ୍କ ପିଲାମାନେ ମଧ୍ୟ ଇଂରାଜୀ ମିଡିୟମ ସ୍କୁଲରେ ପାଠ ପଢୁଛନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏପରି ସ୍ଥାନ ଅଛି ଯେଉଁଠାରେ ଭିକାରୀମାନେ ଅନଲାଇନରେ ଭିକ୍ଷା ମାଗିନିଅନ୍ତି । ଏଯୁଗରେ ଅନଲାଇନ୍ ରୋଜଗାର ମାଧ୍ୟମ ସାଜିଛି । ଇଣ୍ଡୋନେସିଆରେ ଭିକାରୀମାନେ ମଧ୍ୟ ଏହି କ୍ଷେତ୍ରରେ ପଛରେ ନାହାନ୍ତି । ସେମାନେ ଇଂଟରନେଟ୍ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଘରେ ବସି ଜୀବିକା ନିର୍ବାହ କରିବାରେ ସଫଳ ହେଉଛନ୍ତି । ଯେଉଁଠି ଘଂଟା ଘଂଟା କାମ କରି ଲୋକ ୫୦୦ ଟଙ୍କା ରୋଜଗାର କରିବାକୁ ସଂଘର୍ଷ କରନ୍ତି । ସେଠାରେ ଭରତ ଜୈନ ଭିକ ମାଗି ଦିନକୁ ୨ହଜାରରୁ ୨୫୦୦ ଟଙ୍କା ରୋଜଗାର କରନ୍ତି । କୋଟିପତି ହେବା ପରେ ମଧ୍ୟ ଭିକ ମାଗିବା ଜାରି ରଖିଛନ୍ତି ଭରତ ।