ଭୁବନେଶ୍ୱର : ସ୍ୱାସ୍ଥ୍ୟ ପାଇଁ କ୍ଷୀର ବହୁତ ଲାଭଦାୟକ ଅଟେ । ଏହାର ସେବନ କରିବା ଦ୍ୱାରା ଆମ ଶରୀରକୁ ଅନଏକ ଫାଇଦା ମିଳିଥାଏ । ଏନେଇ ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି ଡାକ୍ତର ପର୍ଯ୍ୟନ୍ତ ସମସ୍ତେ କ୍ଷୀର ପିଇବା ପାଇଁ ପରାମର୍ଶ ଦିଅନ୍ତି । କିନ୍ତୁ କ୍ଷୀରରେ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ହୋଇଥାଏ । ଆମ ଶରୀର ପାଇଁ ଏହାର ଉପକାରୀ ଗୁଣ ଦ୍ୱିଗୁଣ ହୋଇଯାଏ ।
ମହୁରେ ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଛି ଏବଂ କ୍ଷୀର ପୋଷକ ତତ୍ୱରେ ଭରପୁର ହୋଇ ରହିଛି । ଏଥିଯୋଗୁଁ ଏହି ୨ଟିକୁ ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟର ଅନେକ ସମସ୍ୟା ଦୂର ହୋଇଯାଏ ।
ଜାଣିନିଅନ୍ତୁ କ’ଣ ରହିଛି ଏହାର ଉପକାର :
୧. କ୍ଷୀର ସହ ମହୁ ମିଶାଇ ପିଇବା ଦ୍ୱାରା ଏହା ସ୍ୱାଦିଷ୍ଟ ଲାଗିଥାଏ । ଏଥି ସହ ଆପଣଙ୍କ ପାଚନ ତନ୍ତ୍ରକୁ ସୂଚାରୁ ରୂପେ କାର୍ଯ୍ୟ କରିବାକୁ ସହାୟକ ହୋଇଥାଏ । ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଦୂରେଇ ଥାଏ ।
୨. କ୍ଷୀରରେ କ୍ୟାଲସିୟମ ଭରପୁର ହୋଇରହିଥାଏ । ଏହା ହାଡକୁ ସୁସ୍ଥ ରଖିବା ସହ ମଜଭୁତ ମଧ୍ୟ କରିଥାଏ । କ୍ଷୀରରେ ମହୁ ମିଶାଇ ପିଇବା ଦ୍ୱାରା ହାଡ ସୁସ୍ଥ ରହିଥାଏ ।
୩. ନିୟମିତ ସକାଳେ କ୍ଷୀର ସହ ମହୁ ସେବନ କରିବା ଦ୍ୱାରା ଶରିରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ । ଏହା ସହିତ ଶରୀରରେ ଥକାପଣ ଅନୁଭବ ହୋଇନଥାଏ ।
୪. ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରରେ ମହୁ ମିଶାଇ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ । ଅନିଦ୍ରା ସମସ୍ୟା ଦୂରେଇ ଯାଏ । ଏହାକୁ ରାତିରେ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ ।
୫. ଏଥିରେ ଆଣ୍ଟିବ୍ୟାକ୍ଟରିଆଲ ଗୁଣ ଭରପୁର ହୋଇ ରହିଥାଏ । କ୍ଷିର ସହ ମହୁ ମିଶାଇ ପିଇବା ଦ୍ୱାରା କୋଷ୍ଠକାଠିନ ସମସ୍ୟା, ପେଟ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଯାଏ ।