fbpx

ଖୁସି ଖବର! ଟ୍ରେନ ଟିକେଟ ସହ ମାଗଣାରେ ମିଳିବ ଏହିସବୁ ସୁବିଧା: ଭାରତୀୟ ରେଳର ଘୋଷଣା

ନୂଆଦିଲ୍ଲୀ: ଅଧିକାଂଶ ସମୟ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ ଖୁସି ଖବର ଦେଇଛି ଭାରତୀୟ ରେଳ ବିଭାଗ । ତେବେ ଟ୍ରେନରେ ଯିବା ପାଇଁ ଆପଣ କାଟିଥିବା ଟିକେଟ କେବଳ ଯାତ୍ରା କରିବା ପାଇଁ ନୁହେଁ । ଏହି ଟିକେଟରେ ଆହୁରି ଅନେକ ଜିନିଷର ଫାଇଦା ଉଠାଇପାରିବେ ଯାତ୍ରୀ । କାରଣ ଟ୍ରେନ ଟିକେଟରେ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମାଗଣାରେ ପ୍ରଦାନ କରାଯାଇଥାଏ । ତେବେ ଅଧିକାଂଶ ଯାତ୍ରୀ ଏହି ସୁବିଧାଗୁଡିକ ବିଷୟରେ ଜାଣି ନଥାନ୍ତି, ତେଣୁ ସେମାନେ ଏହାର ଫାଇଦା ଉଠାଇପାରନ୍ତି ନାହିଁ ।

ଟ୍ରେନ ଟିକେଟ ସହ ମିଳିଥାଏ ଏହି ଫାଇଦା

  • ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଟିକେଟରେ ମାଗଣା ମେଡିକାଲ ସୁବିଧା ମଧ୍ୟ ଉପଲବ୍ଧ ହୋଇଥାଏ । ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀ ଅସୁସ୍ଥ ହୋଇ ଯାଆନ୍ତି, ତେବେ ଭାରତୀୟ ରେଲୱେ ତରଫରୁ ସମ୍ପୃକ୍ତ ଯାତ୍ରୀଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ । ତେବେ ଏଥିପାଇଁ ଯାତ୍ରୀଙ୍କୁ କେବଳ ଟ୍ରେନର ଟିଟିଇଙ୍କ ସହ ଯୋଗାଯୋଗ କରିବାକୁ ପଡିବ ।
  • ଟ୍ରେନ ଟିକେଟରେ ଆପଣଙ୍କୁ ମାଗଣା ୱେଟିଙ୍ଗ ହଲର ସୁବିଧା ମଧ୍ୟ ମିଳିପାରିବ । ଅନେକ ସମୟରେ ଟ୍ରେନ ବିଳମ୍ବ ହୋଇଥାଏ, ତେଣୁ ଏଭଳି ପରିସ୍ଥିତିରେ ଟ୍ରେନର ଅପେକ୍ଷା କରିବା ପାଇଁ ଯାତ୍ରୀମାନଙ୍କୁ ମାଗଣା ୱେଟିଙ୍ଗ ରୁମ ସୁବିଧା ମିଳିଥାଏ । ଭ୍ୟାଲିଡ ଟିକେଟ ନେବା ପରେ ଦିନବେଳେ ଟ୍ରେନ ଆସିବାର ଦୁଇ ଘଣ୍ଟା ପୂର୍ବରୁ ଏବଂ ଯାତ୍ରା ପରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଆପଣଙ୍କୁ ମାଗଣା ୱେଟିଙ୍ଗ ହଲ ମାଗଣା ମିଳିପାରିବ । ତେବେ ରାତି ବେଳେ ଏହି ସମୟ ୬ ଘଣ୍ଟା ପର୍ଯ୍ୟନ୍ତ ସୁବିଧା ମିଳିପାରିବ ।
  • ଭାରତୀୟ ରେଳ ବିଭାଗ ତରଫରୁ ଯାତ୍ରୀମାନଙ୍କୁ ମାଗଣା ୱାଇ-ଫାଇ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ । ସମସ୍ତ ଯାତ୍ରୀ ଟ୍ରେନ ପ୍ଲାଟଫର୍ମରେ ଅଧଘଣ୍ଟାଏ ପର୍ଯ୍ୟନ୍ତ ମାଗଣା ୱାଇ-ଫାଇର ସୁବିଧା ପାଇପାରିବେ । ତେବେ ଏହାପରେ ଯାତ୍ରୀ ରେଲଟେଲରୁ ନିଜ ମନ ପସନ୍ଦର ଏକ ପ୍ଲାନ ପାଇପାରିବେ । ପ୍ଲାଟଫର୍ମରେ ଗୋଟିଏ ଦିନ ପାଇଁ ୧୦ ଟଙ୍କାରେ ୫ଜିବି ଡାଟା ଏବଂ ୧୫ ଟଙ୍କାରେ ୧୦ଜିବି ଡାଟା ମିଳିପାରିବ । ଏହାବ୍ୟତୀତ ୨୦ ଟଙ୍କାରେ ୫ ଦିନ ପାଇଁ ୧୦ଜିବି ଡାଟା ମିଳିଥାଏ ଏବଂ ଅଧିକାଂଶ ଷ୍ଟେସନରେ ଏହି ସୁବିଧା ଉପଲବ୍ଧ ରହିଥାଏ ।
  • ଏହାବ୍ୟତୀତ କ୍ଲକ ରୁମ ସୁବିଧା ମଧ୍ୟ ପାଇପାରିବେ । ତେବେ ଏହି ସୁବିଧା ମାଗଣା ନୁହେଁ, କିନ୍ତୁ ସ୍ୱଳ୍ପ ଖର୍ଚ୍ଚରେ ଯାତ୍ରୀମାନଙ୍କୁ ଏହି ସୁବିଧା ମିଳିଥାଏ । ଏହି ରୁମରେ ବ୍ୟାଗ, ଟ୍ରାଭେଲ ବ୍ୟାଗ ଇତ୍ୟାଦି ରଖିପାରିବେ ଯାତ୍ରୀ । କ୍ଲକ ରୁମ ପାଇଁ ପ୍ରଥମ ୨୪ ଘଣ୍ଟାକୁ ୧୫ ଟଙ୍କା ଚାର୍ଜ କରାଯାଇଥାଏ ଏବଂ ଏଥିରେ ଯାତ୍ରୀ ୧୦ ଟଙ୍କା ପ୍ରତି ୟୁନିଟ ମୂଲ୍ୟରେ ଜିନିଷ ରଖି ପାରିବେ । ଏହାପରେ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ ୨୦ ଟଙ୍କା ଏବଂ ୧୨ ଟଭ୍କା ପ୍ରତି ୟୁନିଟ ହିସାବରେ ଟଙ୍କା ଦେବାକୁ ପଡିବ ।

Get real time updates directly on you device, subscribe now.