fbpx

ଏହି କର୍ମଚାରୀଙ୍କ ଭତ୍ତାରେ ବୃଦ୍ଧି କରାଇଲେ ସରକାର : ଜାଣିନିଅନ୍ତୁ କେଉଁ ଦିନରୁ ମିଳିବ ବଢିଥିବା ବେତନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର କିଛି କର୍ମଚାରୀଙ୍କର ଭତ୍ତା ବଢ଼ାଇଛନ୍ତି । ସେମାନଙ୍କୁ ଜୁଲାଇ ୧ ୨୦୨୩ ଠାରୁ ବଢିଥିବା ଡିଏର ଫାଇଦା ମିଳିବ । ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେଜର ବୋର୍ଡ ସ୍ତରର ଏକଜୀକ୍ୟୁଟିବ୍ସ ଏବଂ ସୁପରଭାଇଜର୍ସ ପାଇଁ ଏହି ଭତ୍ତା ବଢ଼ାଯାଇଛି । ପବ୍ଲିକ ଏଣ୍ଟରପ୍ରାଇଜେଜ ବିଭାଗର ବିଜ୍ଞପ୍ତି ଅନୁସାରେ, ନୂତନ ଭାବେ ବଢାଯାଇଥିବା ଡିଏ ଟଙ୍କା CPSE ର ବୋର୍ଡ ସ୍ତରରେ ପୋଷ୍ଟ ଏକଜିକ୍ୟୁଟିବଙ୍କ ଉପରେ ଲାଗୁ ହେବ । ବୋର୍ଡ ସ୍ତରୀୟ ପଦବୀ ଏବଂ ଅଣ ୟୁନିନାଇଜଡ ସୁପରଭାଇଜର୍ସଙ୍କ ପାଇଁ ୧୯୯୨ରେ ପେ ସ୍କେଲରୁ ଆଇଡିଏ ପ୍ୟାଟର୍ନ ଢାଞ୍ଚାରେ ବଢାଯାଇଥିଲା ।

କେବେ ଠାରୁ ଲାଗୁ ହେବ ସଂଶୋଧିତ ହାର :

ଏହି ସଂଶୋଧିତ ହାର ଜୁଲାଇ ୧, ୨୦୨୩ରୁ ଲାଗୁ ହେବ । ୩୫୦୦ ଟଙ୍କା ପ୍ରତି ମାସର ମୌଳିକ ଆୟ ଉପରେ ଡିଏର ହାର ୭୦୧.୯ ପ୍ରତିଶତ କରାଯାଇ, ଏହାକୁ ସର୍ବନିମ୍ନ ୧୫,୪୨୮ ଟଙ୍କାରେ ଧାର୍ଯ୍ୟ କରିଦିଆଯାଇଛି । ତେବେ ୩୫୦୦ ଟଙ୍କାରୁ ଅଧିକ ଏବଂ ୬୫୦୦ ଟଙ୍କା ପର୍ଯ୍ୟନ୍ତ ମୌଳିକ ଆୟର ଡିଏର ହାର ୫୨୬.୪ ପ୍ରତିଶତ ଧାର୍ଯ୍ୟ କରାଗଲା, ଯାହା କି ଅତି କମରେ ୨୪,୫୬୭ ଟଙ୍କା ମନେ କରାଯିବ । ସେଠାରେ ୬୫୦୦ ଟଙ୍କାରୁ ଅଧିକ ଏବଂ ୯୫୦୦ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୪୨୧.୧ ପ୍ରତିଶତର ଡିଏର ହାର ଲାଗୁ ହୋଇଥିଲା ଯାହାକି ଅତି କମରେ ୩୪,୨୧୬ ଟଙ୍କାରେ ଧାର୍ଯ୍ୟ କରି ଦିଆଗଲା । ୯୫୦୦ ଟଙ୍କାରୁ ଅଧିକ ବାର୍ଷିକ ଦର ଉପରେ ୩୫୧ ପ୍ରତିଶତର ଭତ୍ତା ଲାଗୁ କରାଯିବ ଯାହାକି ସର୍ବନିମ୍ନ ୪୦,୦୦୫ ଟଙ୍କାରେ ଧାର୍ଯ୍ୟ କରିଦିଆଯାଇଛି ।

ଭାରତ ସରକାରଙ୍କ ସମସ୍ତ ଏଡମିନଷ୍ଟ୍ରେଟିଭ ବିଭାଗ ଏବଂ ମନ୍ତ୍ରାଳୟକୁ ଏହି କଥାର ସୂଚନା ଦିଆଯାଇଥିଲା ଯେ, ସମସ୍ତ CPSEs ର ଅଧିକାରୀଙ୍କ ପାଇଁ ଏହି ଭତ୍ତାକୁ ଲାଗୁ କରାଯିବ । ଏହି ବିଜ୍ଞପ୍ତି ଅନୁସାରେ ସମସ୍ତ CPSEs ର ଏଡମିନିଷ୍ଟ୍ରେଟିଭ କଣ୍ଟ୍ରୋଲଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଧ୍ୟାନ ଦେବାର କଥା ଏହା ଯେ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ନିଜର କର୍ମଚାରୀ ଏବଂ ଭତ୍ତାକାରୀଙ୍କ ଡିଏ ବେଳେ ବେଳେ ବଢାଇ ଦିଅନ୍ତି, ଯାହା ଦ୍ୱାରା କି ସେ ମହଙ୍ଗାର ମୁକାବିଲା କରିପାରିବେ ।

Get real time updates directly on you device, subscribe now.