fbpx

୭ ଦିନରେ ଦୁଇଟି ଚିତାଙ୍କର ମୃତ୍ୟୁ କେମିତି ହେଲା: ଭାରତରେ ୮ଟି ଚିତା ପ୍ରାଣ ହରାଇବା ପଛର ରହସ୍ୟ ଖୋଲିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଗତବର୍ଷ ସେପ୍ଟେମ୍ବର ମାସ ୧୭ ତାରିଖରେ ନାମିବିଆରୁ ଅଣାଯାଇଥିବା ୮ଟି ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡ଼ା ଯାଇଥିଲା । ଏହାପରେ ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାଙ୍କୁ ଅଣାଯାଇଥିଲା । ତେବେ ୪ଟି ଶାବକଙ୍କ ଜନ୍ମ ପରେ ମୋଟ ଚିତାଙ୍କ ସଂଖ୍ୟା ୨୪ରେ ପହଞ୍ଚିଥିଲା । ମାତ୍ର ଦୁଃଖର କଥା ୮ଟି ଚିତାଙ୍କର ମୃତ୍ୟୁ ପରେ ଏବେ ସେମାନଙ୍କର ସଂଖ୍ୟା ୧୬ ହୋଇଯାଇଛି ।

ଭାରତରେ ଗୋଟିଏ ପରେ ଗୋଟିଏ ଚିତାଙ୍କର ମୃତ୍ୟୁକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ହୋଇଥିଲା । ତେବେ ପାର୍କରେ ଆବଶ୍ୟକତା ଠାରୁ ଅଧିକ ଚିତା ଛାଡ଼ିବାକୁ ନେଇ ନାମିବିଆର ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଥିଲେ । ଭାରତରେ ବର୍ତ୍ତମାନ ସୁଦ୍ଧା ୫ଟି ଚିତା ଓ ୩ଟି ଶାବକଙ୍କ ମୃତ୍ୟୁ ଘଟିଛି । ଗତ ୧୧ ତାରିଖରେ ତେଜସ ଓ ୧୪ ତାରିଖରେ ସୂରଜ ଚିତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଚିତାଙ୍କ ମୃତ୍ୟୁକୁ ନେଇ ଏବେ କେନ୍ଦ୍ର ସରକାରଙ୍କ ଉପରେ ବିରୋଧୀମାନେ ବର୍ଷିଛନ୍ତି ।

କାହିଁକି ବାରମ୍ବାର ଚିତାଙ୍କର ମୃତ୍ୟୁ ଘଟିଛି ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପ୍ଟିସିମିଆ କାରଣରୁ ଚିତାଙ୍କର ମୃତ୍ୟୁ ଘଟିଥିବା ଏକ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କୁହାଯାଇଛି । ସେପ୍ଟିସିମିଆ ଏକ ଗମ୍ଭୀର ରକ୍ତ ସଂକ୍ରାମକ ରୋଗ ହୋଇଥିବା ବେଳେ ଏଥିରେ ରକ୍ତ ବିଷ ପାଲଟି ଯାଇଥାଏ । ଚିତାମାନଙ୍କର ବେକରେ ପିନ୍ଧା ଯାଇଥିବା ରେଡିଓ କାଲର କାରଣରୁ ଥଣ୍ଡା ଯୋଗୁଁ ଗଳାରେ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥିବା କୁହାଯାଉଛି । । ଅତ୍ୟଧିକ ଥଣ୍ଡା ପରିସ୍ଥିତିରେ ରେଡିଓ କଲାର ସଂକ୍ରମଣ ସୃଷ୍ଟି କରୁଥିବା ଦକ୍ଷିଣ ଆଫ୍ରିକାର ଜଣେ ଚିତା ବିଶେଷଜ୍ଞ କହିଛନ୍ତି । ସୁରକ୍ଷା ଓ ଚିତାଙ୍କର ଗତିବିଧି ଉପରେ ନଜର ରଖିବା ପାଇଁ ସେମାନଙ୍କର ବେକର ଚାରିପାଖରେ ରେଡିଓ କଲାର ଲଗାଯାଇଥିଲା ।

Get real time updates directly on you device, subscribe now.