fbpx

କଲେଜ ଲିଭିଙ୍ଗ ସାର୍ଟିଫିକେଟ ପାଇଁ କଲେଜ ମାଗିଲା ୧୫ ହଜାର ଟଙ୍କା: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଲେଜ ପାଠପଢ଼ା ସରିବା ପରେ ଛାତ୍ରଛାତ୍ରୀଙ୍କୁ କଲେଜ ଲିଭିଙ୍ଗ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । କଲେଜରୁ ଏହି ସାର୍ଟିଫିକେଟ ନେଇ ଛାତ୍ରଛାତ୍ରୀମାନେ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ ନେଇଥାନ୍ତି । ତେବେ ଛାତ୍ରଛାତ୍ରୀଙ୍କୁ କଲେଜ ଲିଭିଙ୍ଗ ସାର୍ଟିଫିକେଟ ପାଇଁ ଟଙ୍କା ମଗା ଯାଇଛି । ଏଭଳି ଅଭିଯୋଗ କରିଛନ୍ତି କିଛି ଛାତ୍ରଛାତ୍ରୀ ।

ସୂଚନା ମୁତାବକ, ନୟାଗଡ଼ ଜିଲ୍ଲାର ଭାପୁରୁ ବ୍ଲକରୁ ଆସିଛି ଏଭଳି ଏକ ଘଟଣା । ବ୍ଲକର ବାଇଗୁଣିଆ ଗ୍ରାମରେ ଥିବା ପଠାଣି ସାମନ୍ତ ମହାବିଦ୍ୟାଳୟର ଛାତ୍ରଛାତୀଙ୍କୁ ପନ୍ଦର ହଜାର ଟଙ୍କା ଦେବାକୁ କୁହାଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ କଲେଜ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି । ଏଥିସହିତ ନ୍ୟାୟ ପାଇବା ପାଇଁ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପଢ଼ୁଥିବା ତିନି ଜଣ ପିଲା ସିଟି ପଢ଼ିବା ପାଇଁ କଲେଜ ଲିଭିଙ୍ଗ ସାର୍ଟିଫିକେଟ ପାଇଁ ଅଧ୍ୟକ୍ଷଙ୍କୁ ଦେଖା କରିଥିଲେ । ମାତ୍ର ୧୫ ହଜାର ଟଙ୍କା ଦେଲେ ସାର୍ଟିଫିକେଟ ଦିଆଯିବ ବୋଲି ଅଧ୍ୟକ୍ଷ କହିଥିଲେ । ଏହାପରେ ଜଣେ ଛାତ୍ର ଓ ତାଙ୍କ ବାପା ନେହୁରା ହୋଇ ପରେ ୬ ହଜାର ଟଙ୍କା ଦେଇ ସାଟିଫିକେଟ ନେଇଥିଲେ । ମାତ୍ର ଅନ୍ୟ ଦୁଇଜଣ ପିଲା ଏହି ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ । ତେଣୁ ଏନେଇ ସେମାନେ ଅନଲାଇନରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ଅର୍ଥ କଲେଜର ବିକାଶ କାର୍ଯ୍ୟରେ ଖର୍ଚ୍ଚ ହୋଇଥାଏ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି ।

Get real time updates directly on you device, subscribe now.