fbpx

ବର୍ଷାଋତୁରେ ଭୁଲରେ ବି ସ୍ୱାଦ ଚକ୍କରରେ ଖାଆନ୍ତୁ ନାହିଁ ଏହି ଜିନିଷ, ନହେଲେ କରିବେ ଗମ୍ଭୀର ସମସ୍ୟାର ସାମ୍ନା

ନୂଆଦିଲ୍ଲୀ : ବର୍ଷାଋତୁରେ ଗରମରୁ ଆରମ ମିଳିଥାଏ, କିନ୍ତୁ ଏହି ଋତୁ ଆସିବା ସହ ଅନେକ ରୋଗ ମଧ୍ୟ ସାଙ୍ଗରେ ନେଇ ଆସେ । ଏହି ଋତୁରେ ସମସ୍ତଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ଯତ୍ନ ନେବାକୁ ପଡିବ । ଏହା ସହିତ ଡାଏଟର ମଧ୍ୟ ଧ୍ୟାନ ରଖିବାକୁ ପଡିବ ଏବଂ କିଛି ଖାଇବା ଜିନିଷର ମଧ୍ୟ ଧ୍ୟାନ ରଖିବାକୁ ଦରକାର । ଯଦି ଆପଣ ଏହି ଦିନରେ ନିଜର ଖାଇବା ପ୍ରତି ଧ୍ୟାନ ନଦିଅନ୍ତି, ତେବେ ଆପଣଙ୍କ ଶରୀର ଅସୁସ୍ଥ ହେବାକୁ ଲାଗିବ । ଏଭଳି କିଛି ଜିନିଷ ଅଛି ଯାହାକୁ ଏହି ଋତୁରେ ଡାଏଟରେ ମିଶାଇ ଖାଇଲେ ଆପଣଙ୍କ ଶରୀର ଅସୁସ୍ଥ ହେବ ନାହିଁ । ଆସନ୍ତୁ ଜାଣିବା କେଉଁ ଜିନିଷର ସେବନ କରିବା ନାହିଁ-

୧. ସବୁଜ ପନିପରିବା : ଏହି ଋତୁରେ ସବୁଜ ପନିପରିବା ଯେପରି କି ପାଳଙ୍ଗ ଶାଗ, ବନ୍ଧାକୋବି, ଫୁଲକୋବି ଆଦି ପରିବା ଠାରୁ ଦୂରେଇ ରହିବା । ବାସ୍ତବରେ ବର୍ଷାଦିନେ ଏହି ପରିବାରେ ଅନେକ ପ୍ରକାର ଜୀବାଣୁ ରହିଥାନ୍ତି । ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ରୋଗରେ ପିଡିତ ହୋଇପାରନ୍ତି । ଯଦି ଆପଣ ଏହାକୁ ଖାଇବା ପାଇଁ ଚାହୁଁଛନ୍ତି ତେବେ ତାହାକୁ ଭଲ ଭାବରେ ସଫା କରି ବୟବହାର କରନ୍ତୁ ।

୨. ରାସ୍ତା କଡରେ ବିକ୍ରି ହେଉଥିବା ଜିନିଷ : ବର୍ଷାଦିନରେ ରାସ୍ତାକଡରେ ବିକ୍ରି ହେଉଥିବା ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହି ଦିନରେ ଗୁପଚୁପ, ଚାଟ ଆଦି ଖାଇବା ଜିନିଷ ଠାରୁ ଦୂରେଇ ରହିବା ଆବଶ୍ୟକ । କାହିଁକି ନା ଏଥିରେ ବ୍ୟବହାର ହେଉଥିବା ଦୂଷିତ ହୋଇପାରେ । ଏହାକୁ ଖାଇବା ଦ୍ୱାରା ଆପଣ ରୋଗର ଶୀକାର ହୋଇଯିବେ । ଏଥିଯୋଗୁଁ ବର୍ହା ଦିନରେ ଏହି ଖାଦ୍ୟ ଖାଇବା ଉଚିତ ନୁହେଁ ।

୩. ତେଲ ଏବଂ ମସଲା ଯୁକ୍ତ ଖାଦ୍ୟ : ବର୍ଷାଦିନରେ ।ନେକ ଲୋକ ତେଲ ଏବଂ ମସଲାଯୁକ୍ତ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏପରି ଖାଦ୍ୟ ଖାଇବା ଉଚିତ ନୁହେଁ । ଏହି ଦିନରେ ଏଭଳି ଖାଦ୍ୟ ଖାଇଲେ ତାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଏଥିଯୋଗୁଁ ଏପରି ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ ।

Get real time updates directly on you device, subscribe now.