fbpx

ଅଦ୍ଭୂତ ଘଟଣା! ଗଛରୁ ବାହାରୁଛି ନିଆଁ, ଲିଭାଇଲା ପରେ ବି ବାହାରୁଛି, ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ ଏଭଳି କିଛି ଘଟଣା ଘଟିଥାଏ, ଯାହାକୁ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରିହୁଏ ନାହିଁ । ତେବେ ଏହା ମଧ୍ୟରେ ଏକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଗଛରୁ ହୁତୁହୁତୁ ହୋଇ ନିଆଁ ବାହାରୁଥିବା କୁହାଯାଉଛି । ବିନା କାରଣରେ ଗଛରୁ ନିଆଁ ବାହାରିବା ଦୃଶ୍ୟକୁ ଦେଖିବାକୁ ଏବେ ଲୋକଙ୍କ ଲାଇନ୍ ଲାଗିଛନ୍ତି ।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅଦ୍ଭୂତ ଘଟଣା । ଜିଲ୍ଲାର ବଣିଆବାହାଳର ରାସ୍ତାକଡ଼ରେ ଥିବା ଏକ ନିମ ଗଛରୁ ଏହି ନିଆଁ ବାହାରୁଥିବା କୁହାଯାଉଛି । ଏହି ଖବର ପ୍ରଘଟ ହେବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାସ୍ଥଳକୁ ଲୋକଙ୍କର ଲାଇନ୍ ଲାଗିଛି । ଏପରିକି ଏହି ଘଟଣା ପରେ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାକୁ ଯାଇ ନିଆଁକୁ ଲିଭାଇଥିଲେ ।

ଗୋଟିଏ ଗଛରୁ ନିଆଁ ବାହାରିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି । ଗତ ୧୪ ତାରିଖ ରାତିରେ ଯେଉଁ ଗଛରେ ନିଆଁ ଲାଗିଥିଲା ଆଜି ସକାଳେ ପୁଣି ସେ ଗଛରେ ନିଆଁ ଲାଗିଥିବା କିଛିଲୋକ ଦେଖିବାକୁ ପାଇଥିଲେ । ଦମକଳ ବାହିନ ୨ ଥର ଘଟଣାସ୍ଥଳକୁ ଯାଇ ନିଆଁ ଲିଭାଇଥିଲା । ଏହା ଈଶ୍ୱରଙ୍କର ଲୀଳା ବୋଲି ଭାବି କିଛି ଲୋକ ଉକ୍ତ ଗଛକୁ ପୂଜାର୍ଚ୍ଚନା କରିଥିଲେ ।

ସୂଚନାଯୋଗ୍ୟ ଯେ, ନିକଟରେ ବାଲେଶ୍ୱର ଜିଲ୍ଲାର ଏକ ନିମ ଗଛରୁ କ୍ଷୀର ବାହାରୁଥିବା ଖବର ସାମ୍ନାକୁ ଆସିଥିଲା । ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ଏପରି ଘଟିଥିବା ଉଦ୍ଭିଦ ବିଜ୍ଞାନୀମାନେ ମତ ଦେଇଥିବା ବେଳେ କିଛି ଲୋକ ମା’ ତାରିଣୀଙ୍କ ଆବିର୍ଭାବ ନେଇ ପୂଜାର୍ଚ୍ଚନା କରିଥିଲେ ।

Get real time updates directly on you device, subscribe now.