EPFO Update : ଘରେ ବସି ଦେଖିପାରିବେ ନିଜର ପାସବୁକ୍‌, ଇପିଏଫ କହିଲେ ୫ଟି ସହଜ ଉପାୟ

ନୂଆଦିଲ୍ଲୀ : ଯେଉଁ ଲୋକମାନେ ପ୍ରାଇଭେଟ ସେକ୍ଟରରେ କାମ କରୁଛନ୍ତି, ସେମାନଙ୍କ ପାଇଁ ଇପିଏଫଓ ବହୁତ ମହତ୍ୱ ରଖିଥାଏ । ପ୍ରାଇଭେଟ ସେକ୍ଟରର କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଇପିଏଫଓକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ମନେକରାଯାଏ । ଇପିଏଫଓ ଉମଙ୍ଗ ଆପ ମାଧ୍ୟମରେ ନିଜର ଗ୍ରାହକକୁ ସମସ୍ତ ସୁବିଧା ଯୋଗାଏ । ଏହା ସହିତ ଇପିଏଫଓ ଉମଙ୍ଗ ଆପରେ ନିଜର ଆଉ ଏକ ସେବା ଉପଲବ୍ଧ କରିଛି ।

ଉମଙ୍ଗ ଆପରେ ଉପଲବ୍ଧ ଆଛି ଏହି ସେବା : ଇପିଏଫଓର ପ୍ରମୁଖ ସମାଧାନଗୁଡିକରେ ପିଏଫ, ଇପିଏସ ଏବଂ ଇଡିଏଲ ରହିଛି । ଇପିଏଫଓର ଏହି ୩ଟି ସମାଧାନ ବହୁତ କାମର, ଯାହାକୁ ଆପଣ ସହଜରେ ଟ୍ରାକ କରି ପାରିବେ । ନିଜ ଗ୍ରାହକଙ୍କ ସୁବିଧାକୁ ଆଖି ଆଗରେ ରଖି ଇପିଏଫଓ ଲଗାତାର ସହଜ ପ୍ରକ୍ରିୟା ଆପଣାଉଛି ।

ସବୁ ମାସରେ ବଢେ ଇପିଏଫଓ ଟଙ୍କା : ପ୍ରତ୍ୟେକ ମାସରେ କର୍ମଚାରୀଙ୍କ ଦରମାର ଏକ ଅଂଶ ଇପିଏଫଓରେ ଜମା ହୋଇଯାଏ । ଏହା ସହିତ କମ୍ପାନୀ ଦ୍ୱାରା ବି ପ୍ରତ୍ୟେକ ମାସରେ କର୍ମଚାରୀଙ୍କ ପିଏଫ ଆକାଉଣ୍ଟରେ ଯୋଗଦାନ କରାଯାଏ । ଏଭଳି ଭାବରେ କର୍ମଚାରୀଙ୍କ ପିଏଫ ଖାତାରେ ଟଙ୍କା ଏକାଠି ହୋଇଯାଏ । କର୍ମଚାରୀଙ୍କର ଏହି ଜମା ଟଙ୍କା ଇପିଏଫଓ ଦ୍ୱାରା ଭଲ ସୁଧ ପାଇ ପାରିବେ ।

ଏପରି ଚେକ କରନ୍ତୁ ପାସବୁକ : ଆପଣ ପାସବୁକ ସାହାଯ୍ୟରେ ଦେଖିପାରିବେ ଯେ ଆପଣଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା ରହିଛି । ଏହା ବ୍ୟତୀତ ଅନ୍ୟ କେତେକ ସୂଚନା ମଧ୍ୟ ମିଳିଯିବ । ଉମଙ୍ଗ ଆପ ଦ୍ୱାରା ଆପଣ ନିଜର ପାସବୁକକୁ ଘରେ ବସି ମଧ୍ୟ ଦେଖିପାରିବେ । ଇପିଏଫଓ ନିଜେ ଏହି ସହଜ ଉପାୟ କହିଥିଲେ ।

ଜାଣନ୍ତୁ କ’ଣ ରହିଛି ସହଜ ଉପାୟ :
. ଉମଙ୍ଗ ଆପ ଖୋଲି ପ୍ରଥମେ ଇପିଏଫଓ ସର୍ଚ୍ଚ କରନ୍ତୁ ।
. ଏହାପରେ ‘ଭିୟୁ ପାସବୁକ’ ଅପ୍ସନରେ କ୍ଲିକ କରନ୍ତୁ ।
. ଏହାପରେ ନିଜର ୟୁଏଏନ ନମ୍ବର ଦିଅନ୍ତୁ ।
. ଆପଣଙ୍କ ମୋବାଇଲ ନମ୍ବରରେ ଆସିଥିବା ଓଟିପିକୁ ସେଥିରେ ସବମିଟ କରନ୍ତୁ ।
. ଏହାପରେ ନମ୍ବର ଆଇଡି ସିଲେକ୍ଟ କରନ୍ତୁ ଏବଂ ଇ-ପାସବୁକ ଡାଉନଲୋଡ କରନ୍ତୁ ।