fbpx

Exclusive: ବିବାଦ ପରେ ମୁହଁ ଖୋଲିଲେ ମନୋଜ ମିଶ୍ର, ଆଉ ଦେଲେ କଡ଼ା ଜବାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ବଲିଉଡ, ଓଲିଉଡ ଓ ଟଲିଉଡ ଅଭିନେତା ମନୋଜ ମିଶ୍ର ଏବେ ବିବାଦ ଘେରରେ । ନିକଟରେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ମନୋଜ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ନିଜର ମତାମତ ଦେଇଥିଲେ । ତେବେ ଏହାପରେ ଆରମ୍ଭ ହୋଇଥିଲା ବିବାଦ । ରାଜ୍ୟର କିଛି କଳାକାର ମନୋଜଙ୍କୁ ଏଥିପାଇଁ ନିନ୍ଦା କରିବା ସହିତ ଏଭଳି ବୟାନ ଦେବାରୁ ନିବୃତ୍ତ ରହିବାକୁ କହିଥିଲେ ।

ମନୋଜ କହିଥିଲେ, ଓଡ଼ିଶା ବାହାରେ ଗୋଟିଏ ଦିନରେ ଯେତିକି ପେମେଣ୍ଟ ମିଳେ ଓଡ଼ିଶାରେ ବର୍ଷ ସାରା କାମ କଲେ ସେତିକି ପେମେଣ୍ଟ ମିଳେ । ଏଥିସହିତ ଗୋଟିଏ ଫିଲ୍ମର ପ୍ରଯୋଜକ ହିସାବରେ ସେ ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ ମଧ୍ୟରୁ କାହାକୁ ଫିଲ୍ମରେ ନେବେ ବୋଲି ପ୍ରଶ୍ନ କରାଯାଇଥିଲା । ମାତ୍ର ବାବୁସାନ ମହାନ୍ତିଙ୍କର ନାମ ନେଇଥିଲେ ମନୋଜ । ଏଥିସହିତ ଓଲିଉଡକୁ ନେଇ ମନୋଜ ଦେଇଥିବା ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ମନୋଜ ଜଣେ ଭଲ ଅଭିନେତା, ମାତ୍ର ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଏଭଳି ବୟାନ ଦେବା ଠିକ୍ ହୋଇନାହିଁ ବୋଲି ଫିଲ୍ମ ସହ ଜଡ଼ିତ କିଛି କଳାକାର କହିଥିଲେ ।

ତେବେ ଏହି ବିବାଦ ପରେ ମୁହଁ ଖୋଲିଛନ୍ତି ମନୋଜ । ସେ କହିଛନ୍ତି, ଅନୁଭବ ଓ ଅରିନ୍ଦମ ଦୁହେଁ ମୋର ଭଲ ସାଙ୍ଗ ଓ ସାନଭାଇ । ସେଥିପାଇଁ ମୁଁ ଜଣଙ୍କର ନାଁ ନେବାକୁ ଚାହିଁନଥିଲି । ସାକ୍ଷାତକାରରେ କେବଳ ବାବୁସାନଙ୍କ ନାମ ରହିଥିଲା । ମୋର ଏଠାରେ କେହି ଶତ୍ରୁ ନାହାନ୍ତି, ସେମାନେ ମୋତେ ବୁଝି ନାହାନ୍ତି । ଯେଉଁଦିନ ସେମାନେ ମୋତେ ବୁଝି ପାରିବେ ସେମାନେ ଅଧିକ ଭଲ ପାଇବେ । ମୁଁ ବାହାରେ ଗୋଟିଏ ଫିଲ୍ମ କଲେ ଯେତିକି ରୋଜଗାର କରେ ଓଡ଼ିଶାରେ ଗୋଟିଏ ବର୍ଷ କାମ କଲେ ବି ତା’ଠାରୁ କମ୍ ରୋଜଗାର କରିବି । ଏହା ଥିଲା ମୋର କହିବାର ଉଦ୍ଦେଶ୍ୟ । ଭୁଲ ବଶତଃ ତାହା କହିଦେଇଥିଲି ।

Get real time updates directly on you device, subscribe now.