fbpx

ବଡ଼ ଦୁର୍ଘଟଣା: ରେଳ ଷ୍ଟେସନ ଉପରୁ ଖସି ପଡ଼ିଲା ସ୍ଲାବ, ଚାପି ହୋଇଗଲେ ଶ୍ରମିକ

ଲକ୍ଷେ୍ନø: ଆଜି ରେଳ ଷ୍ଟେସନରେ ଘଟିଯାଇଛି ଏକ ବିରାଟ ଅଘଟଣ । ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଏକ ସ୍ଲାବ ଖସିପଡିଥିବା ଜାଣିବାକୁ ମିଳିଛି । ଦିଲ୍ଲୀ-ମେରଠ ରାପିଡ ରେଳ ପାଇଁ ମେରଠରେ ପ୍ରସ୍ତୁତ ହେଉଥିବା ଶତାବ୍ଦୀନଗର ଷ୍ଟେସନ ନିର୍ମାଣ ସମୟରେ ଏଭଳି ଏକ ଅଘଟଣ ଘଟି ଯାଇଛି । ନିର୍ମାଣ କାର୍ଯ୍ୟ ସମୟରେ ହଠାତ୍ ଭାଙ୍ଗି ଖସି ପଡିଛି ଗୋଟିଏ ସ୍ଲାବ । ଏହି ସ୍ଲାବ ତଳେ କାମ କରୁଥିାର କିଛି ଶ୍ରମିକ ମଧ୍ୟ ଚାପି ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ଶତାବ୍ଦୀନଗର ଷ୍ଟେସନ ନିର୍ମାଣ କାର୍ଯ୍ୟ ସମୟରେ କମ୍ପାନୀ ଏଲ ଆଣ୍ଡ ଟି ତରଫରୁ ସ୍ଲାବ ପକାଯାଉଥିଲା । ତେବେ ରାତି ପ୍ରାୟ ୩ଟା ସମୟରେ ଏକ ଅସ୍ଥାୟୀ ଷ୍ଟ୍ରକଚର ଭାଙ୍ଗିଯିବା ସହ ତଳେ ଖସି ପଡିଛି । ତେବେ ଏହି ସ୍ଲାବ ତଳେ କାମ କରୁଥିବା ପ୍ରାୟ ୮ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି । ତେବେ ସମସ୍ତଙ୍କୁ ସ୍ଲାବ ତଳୁ ଉଦ୍ଧାର କରାଯାଇ ଆହତମାନଙ୍କୁ ମେଡିକାଲ ପଠାଯାଇଛି । ଏହି ଅଘଟଣରେ କୌଣସି ଶ୍ରମିକ ଗୁରୁତର ହୋଇନାହାନ୍ତି । ତେବେ ଏହି ଅସ୍ଥାୟୀ ଷ୍ଟ୍ରକଚର ବ୍ୟାରିକେଡ ଭିତରେ ପଡିଥିବାରୁ ବାହାରେ ମଧ୍ୟ କୌଣସି ଲୋକ ଆହତ ହୋଇନାହାନ୍ତି । ଅଘଟଣ ପରେ ଘଟଣାସ୍ଥଳରୁ ଯଥାଶୀଘ୍ର ଅସ୍ଥାୟୀ ସପୋର୍ଟ ଷ୍ଟ୍ରକଚର ହଟାଇ ଦିଆଯାଇଛି ।

Get real time updates directly on you device, subscribe now.