fbpx

Video : ଭୁବନେଶ୍ୱରରୁ ବାଲେଶ୍ୱର ଯାତାୟତ ହେଲା ବାଧାପ୍ରାପ୍ତ, ୧୦ ଫୁଟ ତଳକୁ ଭୁଶୁଡିଲା ବ୍ରିଜ

ଯାଜପୁର : NH-୧୬ରେ ଭୁଶୁଡିଲା ବ୍ରିଜ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ଘଟିଥିଲା ଏଭଳି ଅଘଟଣ । ବ୍ରିଜ୍ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ସୌଭାଗ୍ୟବଶତଃ ଭୁଶୁଡ଼ିବା ବେଳେ କୌଣସି ଗାଡ଼ି ସେହି ସ୍ଥାନରେ ଯିବା ଆସିବା କରୁ ନଥିଲା।

ସୂଚନା ଅନୁସାରେ, ଯାଜପୁରର ରାଜପଥ-୧୬ରେ ରସୁଲପୁର ନିକଟରେ ଥିବା ଏକ ବ୍ରିଜ ମଙ୍ଗଳବାର ହଠାତ ଭୁଶୁଡି ଯାଇଥିଲା । ବ୍ରିଜଟି ପ୍ରାୟ ୧୦ଫୁଟ ତଳକୁ ଦବିଯାଇଛି । ଯାହାଫଳରେ ଏହି ବ୍ରିଜରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏନେଇ ବାଲେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ତେବେ ବ୍ରିଜଟି କେଉଁ ପରିସ୍ଥିତିରେ ଦବିଲା, ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବ୍ରିଜ ଦବିବା ପଛରେ ଲଗାଣ ବର୍ଷା ନା ଆଉ କ’ଣ ରହିଛି କାରଣ, ତାହା ତଦନ୍ତରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ଅନ୍ୟପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିବା କାର୍ଯ୍ୟ ଆରମ୍ଭ କରିସାରିଲାଣି ।

ବ୍ରିଜଟି ୨୦୦୮ ମସିହା ପାଖାପାଖି ନିର୍ମାଣ ହୋଇଥିଲା, ଏହାର ଭୁଶୁଡିବା ଘଟଣାରେ NHAIର ସ୍ପଷ୍ଟୀକରଣ ଯେ, ଏପରି ଘଟଣା ନିର୍ମାଗତ ତୃଟି ଯୋଗୁଁ ଘଟିଛି । ନିର୍ମାଣଗତ ତୃଟିର ଅନୁଧ୍ୟାନ କରିବା ପାଇଁ ବିଶେଷଜ୍ଞ କମିଟି ଆସୁଛନ୍ତି । ସଂପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ହେଲେ ବିଶେଷଜ୍ଞଙ୍କ ରିପୋର୍ଟକୁ ଅପେକ୍ଷା କରିବାକୁ ପଡିବ ।

Get real time updates directly on you device, subscribe now.