fbpx

ବିମାନ ଓଭରବୁକିଂ : ବିମାନରେ ସିଟ ନଦେଲେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : ଅନେକ ସମୟରେ ବିମାନରେ ଥିବା ସିଟ୍ ତୁଳନାରେ ଅଧିକ ଟିକଟ ବୁକିଂ ହୋଇଥାଏ। ସେଭଳି ପରିସ୍ଥିତିରେ ଏୟାରଲାଇନ୍ସ ତରଫରୁ କିଛି ଯାତ୍ରୀଙ୍କୁ ବିମା‌ନରେ ପ୍ରବେଶ ଅନୁମତି ମିଳେନାହିଁ। ଯେଉଁ ଯାତ୍ରୀମା‌ନେ ଏଭଳି ପରିସ୍ଥିତି ସାମ୍ନା କରୁଛନ୍ତି ସେମାନେ ନିଜ ଅଧିକାର ବିଷୟରେ ସଚେତନ ହେବା ନିହାତି ଦରକାର। ଯଦି କୌଣସି ଏୟାରଲାଇନ୍ସ ଓଭରବୁକିଂ କାରଣ ଦର୍ଶାଇ ବିମାନ ପ୍ରବେଶ ଅନୁମତି ଦେଉନଥିବ। ତେବେ ଏକ ଘଣ୍ଟା ଭିତ‌ରେ ଅନ୍ୟ କୌଣସି ବିମାନରେ ସେହି ଯାତ୍ରୀଙ୍କ ପାଇଁ ସିଟ୍ ବ୍ୟବସ୍ଥା କରାଯିବ । ଯଦି ଏଥିରେ ବି ବିଫଳ ହେବ ତେବେ ଯାତ୍ରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ।

ସୂଚନା ଅନୁସାରେ, ବିମାନରେ ଯଦି ଓଭରବୁକିଂ କାରଣ ଦର୍ଶାଇ ବିମାନ ଭିତରକୁ ପ୍ରବେଶ ଦେଉନାହାନ୍ତି । ସେତେବେଳେ ସେହି ଯାତ୍ରୀଙ୍କ ପାଇଁ ଅନ୍ୟ ବିମାନରେ ସିଟର ବ୍ୟବସ୍ଥା କରାଯାଉ, ନଚେତ ଯାତ୍ରାରେ ବିଫଳ ହୋଜ଼ଥିବା ଯାତ୍ରୀଙ୍କୁ ୧୦୦୦୦ ପର‌୍ୟ୍ୟନ୍ତ କ୍ଷତି ପୁରାଣ ଦିଆଯିବ । ଯଦି ବିକଳ୍ପ ସିଟ୍ ପ୍ରଦାନ କରିବାରେ ୨୪ ଘଣ୍ଟାରୁ ଅଧିକ ବିଳମ୍ବ ହେବ ତେବେ ଏୟାରଲାଇନ୍ସ ୨୦ ହଜାର ଟଙ୍କା ପର‌୍ୟ୍ୟନ୍ତ କ୍ଷତିପୂରଣ ପ୍ରଦାନ କରିବ । ଯାତ୍ରୀ ଜଣକ ଯେଉଁ ବିମାନରେ ଯିବେ ବୋଲି ଟିକଟ କାଟିଥିବେ ଯଦି ସେଥିରେ ପ୍ରବେଶ କରିନପାରିବେ ଏବଂ ଅନ୍ୟ ବିମାନରମଧ୍ୟ କୌଣସି ବ୍ୟବସ୍ଥା ହୋଇପାରିବ ନାହିଁ । ତେବେ ମୂଳ ଟିକଟ ଭଡ଼ାର ୪୦୦ ପ୍ରତିଶତ ପର‌୍ୟ୍ୟନ୍ତ ରାଶିକୁ ତାଙ୍କୁ କ୍ଷତିପୂରଣ ଆକାରରେ ଏୟାରଲାଇନ୍ସ ପ୍ରଦାନ କରିବ।

ଯାତ୍ରୀ ଜଣକ ବିକଳ୍ପ ବିମାନରେ ଯଦି ଯାତ୍ରା କରିବାକୁ ଚାହିବେ ନାହିଁ, ତେବେ ତାଙ୍କୁ ଟିକଟର ସମ୍ପୂର୍ଣ୍ଣ ମୂଲ୍ୟ ଫେରସ୍ତ କରାଯିବ। ସାଧାରଣତଃ ନଗଦ ରାଶି ଦେଇ ଟିକଟ କାଟିଥିଲେ ତୁରନ୍ତ ରିଫଣ୍ଡ୍ ମିଳିବ। ଯଦି କ୍ରେଡିଟ୍ କାର୍ଡ ବ୍ୟବହାର କରାଯାଇଥିବ, ତେବେ ସାତ ଦିନ ଭିତରେ ରିଫଣ୍ଡ୍ ମିଳିବ। ଅନ୍ୟପଟେ ଟ୍ରାଭେଲ୍ ଏଜେଣ୍ଟ୍‌ଙ୍କ ଜରିଆରେ ଯଦି ଆପଣ ଟିକଟ ବୁକିଂ କରିଛନ୍ତି , ତେବେ ତାହାର ରିଫଣ୍ଡ୍ ରାଶି ତାଙ୍କଠାରୁ ମିଳିବ।

Get real time updates directly on you device, subscribe now.