fbpx

ଏଣିକି ଆଉ କାଟିବାକୁ ପଡିବନି ତହସିଲରେ ଚକ୍କର, ସଂପତ୍ତି ପଞ୍ଜିକରଣ ହେବା ପରେ ହିଁ ହୋଇଯିବ ଦାଖଲ ଖାରଜ, ଅନଲାଇନ୍ ରେ ବି ପାଇପାରିବେ କପି

ନୂଆଦିଲ୍ଲୀ: ଗୁରଗାଓଁ ଫରିଦାବାଦ ସହିତ ଏବେ ହରିୟାଣାର କୌଣସି ବି ଜିଲ୍ଲାରେ ସଂପତ୍ତି ରେଜିଷ୍ଟ୍ରେସନ ହେବା ସହିତ ଏହାର ମ୍ୟୁଟେସନ(ଦାଖଲ-ଖାରଜ) ହୋଇଯିବ । ରେଜେଷ୍ଟ୍ରୀ ପରେ ଏବେ ପଟ୍ଟାର ମ୍ୟୁଟେସନ କରାଇବାକୁ ପଡିବ ନାହିଁ । ଏହି କାମ ଏବେ ୱେବ ହଲରିସ୍ ପୋର୍ଟାଲରେ ସ୍ୱତଃ ହୋଇଯିବ । କେବଳ ଏତିକି ନୁହେଁ ଏହି ମ୍ୟୁଟେସନକୁ କେହି ବି ଦେଖିପାରିବେ । ରେଜିଷ୍ଟ୍ରେସନର ୧୦ ଦିନ ପର୍ଯ୍ୟନ୍ତ କୌଣସି ଅଭିଯୋଗ ନ ଆସିଲେ ମ୍ୟୁଟେସନ ପ୍ରକ୍ରିୟା ସ୍ୱତଃ ସଂପୂର୍ଣ୍ଣ ହୋଇଯିବ ଓ ସମ୍ବନ୍ଧିତ ବ୍ୟକ୍ତି ଏହାର କପି ତହସିଲ କିମ୍ବା ଅଟଳ ସେବା କେନ୍ଦ୍ର ଯାଇ ଅନଲାଇନ୍ ରେ ବାହାର କରିପାରିବ ।
ପୂର୍ବରୁ ଏହି ମ୍ୟୁଟେସନ ପାଇଁ ତହସିଲଦାରଙ୍କୁ ରେଜେଷ୍ଟ୍ରୀ କପି ଦେବାକୁ ପଡୁଥିଲା । ରେଜେଷ୍ଟ୍ରୀ ପରେ ଏହାକୁ ଯାଞ୍ଚ କରାଯିବା ପରେ ପୋର୍ଟାଲରେ ଅପଲୋଡ୍ କରାଯାଉଥିଲା । ତହସିଲଦାରଙ୍କ ଠାରୁ ହିଁ ମ୍ୟୁଟେସନ କପି ନେବାକୁ ପଡୁଥିଲା । ଏହା ବହୁତ ଝାମେଲା କାମ ଥିଲା ।

ବହୁ ସମୟରେ ଅଭିଯୋଗ ଆସିଥାଏ ଯେ, ତହସିଲଦାର ଠିକ୍ ସମୟରେ ମ୍ୟୁଟେସନ କପି ଦେଉନାହାନ୍ତି ଫଳରେ ସଂପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ତହସିଲ ଅଫିସରେ ଚକ୍କର କାଟିବାକୁ ପଡୁଛି । କିନ୍ତୁ ଏବେ ରେଜେଷ୍ଟ୍ରୀ ସହିତ ହିଁ ମ୍ୟୁଟେସନ ପୋର୍ଟାଲରେ ଅପଲୋଡ୍ ହୋଇଯିବ । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗତ ୬ ଜୁଲାଇରେ ନୂଆ ପୋର୍ଟାଲ ଲଞ୍ଚ କରି ଏହି ସେବାର ଉଦଘାଟନ କରିଛନ୍ତି । ଏବେ ଏହି ସେବା ପୁରା ହରିୟାଣାରେ ଆରମ୍ଭ ହୋଇଯାଇଛି ।

ରେଜେଷ୍ଟ୍ରୀ ସହିତ ପୋର୍ଟାଲରେ ଅପଲୋଡ୍ ହୋଇଥିବା ମ୍ୟୁଟେସନ ଲାଗି ଆବେଦନ ମଧ୍ୟ କରାଯାଇପାରିବ । ଏଥିପାଇଁ ୧୦ ଦିନ ସମୟସୀମା ରହିବ । ଯଦି ଏହାରି ମଧ୍ୟରେ କୌଣସି ଅଭିଯୋଗ ଆସିବ ତେବେ ମ୍ୟୁଟେସନ ପ୍ରକ୍ରିୟାକୁ ରୋକି ଦିଆଯିବ ଓ ଯାଞ୍ଚ ପରେ ହିଁ ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ ।

ଏବେ ସଂପତ୍ତି ପଞ୍ଜିକରଣ ହେବା ପରେ ପରେ ହାଲରିସ୍ ପୋର୍ଟାଲରୁ ଅନଲାଇନ୍ରେ ମ୍ୟୁଟେସନ କପି ବାହାର କରିହେବ । ଏଥିପାଇଁ କାଗଜପତ୍ର ଧରି ଆଉ ତହସିଲ ଅଫିସ ଯିବାର ଆବଶ୍ୟକତା ପଡିବ ନାହିଁ । ଯଦି ଜମି ବା ସଂପତ୍ତିକୁ ନେଇ କେହି ଆପତ୍ତି ଉଠାଇବ ତେବେ ତହସିଲଦାରଙ୍କ ପାଖକୁ ଯିବାକୁ ହେବ ।

 

Get real time updates directly on you device, subscribe now.