୧୦ ଜଣ BJP ବିଧାୟକ ସସପେଣ୍ଡ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ୧୦ ଜଣ ବିଜେପି ବିଧାୟକଙ୍କୁ ସସପେଣ୍ଡ କରାଯାଇଛି । ଗୃହକାର୍ଯ୍ୟ ଜାରି ରହିଥିବା ବେଳେ ଏହି ବିଧାୟକମାନେ ବିଲ୍ ଓ ଏଜେଣ୍ଡା କପି ଚିରି ଉପବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ । ଏହି ଘଟଣାରେ କର୍ଣ୍ଣାଟକ ବିଧାନସଭାରୁ ୧୦ ଜଣ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବିଶୃଙ୍ଖଳିତ ଆଚରଣ ପାଇଁ କର୍ଣ୍ଣାଟକ ବିଧାନସଭାର ୧୦ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ସଦସ୍ୟମାନେ ପାସ୍ ହୋଇଥିବା ବିଲର କପିକୁ ଚିରିବା ସହିତ ତାହାକୁ ଉପବାଚସ୍ପତି ରୁଦ୍ରାପ୍ପା ଲାମାନୀଙ୍କ ଉପରକୁ ଫିଙ୍ଗିଥିଲେ । ଏହାପରେ ଗୃହର ଅଧ୍ୟକ୍ଷ ୟୁଟି ଖାଦେର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୧୦ ଜଣ ବିଧାୟକଙ୍କୁ ଗୃହରୁ ସପେଣ୍ଡ କରିଥିଲେ ।

ରାଜ୍ୟ ବିଧାନସଭାର ନିମ୍ନ ସଦନରେ ଏହି ଅରାଜକତା ଦୃଶ୍ୟ ଦେଖିବାକୁ ମିଳିଥିଲା । ନିଲମ୍ବିତ ହୋଇଥିବା ସଦସ୍ୟଙ୍କ ମଧ୍ୟରୁ ୪ ଜଣ ପୂର୍ବତନ ମନ୍ତ୍ରୀଙ୍କ ଉପରୁ ମାର୍ଶାଲସ ପକ୍ଷରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ସେମାନେ ହେଉଛନ୍ତି ଆର. ଅଶୋକ, ଡ. ସି.ଏନ ଅଶ୍ୱଥ ନାରାୟଣ, ଅରଗା ଜ୍ଞାନେନ୍ଦ୍ର ଓ ଭି. ସୁନୀଲ କୁମାର । ଜୁଲାଇ ୨୧ ତାରିଖରେ ବଜେଟ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଅନ୍ୟ ବିଧାୟକଙ୍କ ଉପରେ ନିଲମ୍ବନ ଆଦେଶ ବଳବତ୍ତର ରହିବ । ତେବେ ସସପେଣ୍ଡ ନିର୍ଦ୍ଦେଶ ଜାରି ହେବା ପରେ ବିଜେପି ବିଧାୟକମାନେ ଗୃହରେ ଶାନ୍ତ ଭାବେ ଉପସ୍ଥିତ ରହିଥିଲେ ।