fbpx

ମଣିପୁରର ଦୁଇ ଜଣ ମହିଳାଙ୍କୁ ଅମାନୁଷିକ ନିର୍ଯାତନା ବିରୋଧରେ କମ୍ପିଲା ଦିଲ୍ଲୀ: ଘଟଣାକୁ ଘୋର ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଣିପୁରର ଦୁଇ ଜଣ ମହିଳାଙ୍କ ସହ ଘଟିଥିବା ଅମାନୁଷିକ ନିର୍ଯାତନା ଘଟଣାକୁ ନେଇ ଏବେ ସାରା ଦେଶରେ ତୀବ୍ର ବିରୋଧାଭାସ ଦେଖିବାକୁ ମିଳିଛି । ତିନି ମାସ ତଳର ଏହି ପୁରୁଣା ଭିଡିଓକୁ ନେଇ ଏବେ ବିରୋଧୀମାନେ ସରକାରଙ୍କୁ ଘେରିଛନ୍ତି । ଗତ କିଛିମାସ ଧରି ହିଂସାକାଣ୍ଡ ଜାରି ରହିଥିବା ମଣିପୁରର ଏହି ଲଜ୍ଜାଜନକ ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ତେବେ ସଂସଦର ଅଧିବେଶନ ଆରମ୍ଭ ପୂର୍ବରୁ ମଣିପୁରର ମହିଳାଙ୍କ ସହିତ ଘଟିଥିବା ଅମାନୁଷିକ ନିର୍ଯାତନକୁ ଘୋର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ବିଂଶ ଶତାବ୍ଦୀରେ ମଣିଷ ଆଜି ସାଟେଲାଇଟରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଛି । ମାତ୍ର ଏପରି ଏକ ଲଜ୍ଜାଜନକ ଘଟଣା ପରେ ମୁଣ୍ଡ ଉଠାଇ ଚାଲିବାକୁ ସାହସ ପାଉନାହିଁ । ନାରୀକୁ ଭଗବାନଙ୍କର ଆଖ୍ୟା ଦିଆଯାଇଥିଲେ ହେଁ ଏହି ଘଟଣା ଆଜି ସମସ୍ତଙ୍କୁ ବିଚଳିତ କରିଦେଇଛି । ମଣିଷତ୍ୱ ଏତେ ତଳକୁ ଖସିଯାଇପାରେ ତାହା ବିଶ୍ୱାସ କରିହେଉନି । ମଣିଷ ଜାତିର ଏଭଳି ଶତ୍ରୁଙ୍କୁ କଦାପି ଛଡ଼ା ଯିବନାହିଁ । ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ କରାଯିବ ବୋଲି ମୋଦୀ କହିଛନ୍ତି ।

ତେବେ ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଘଟଣାକୁ ନେଇ ବିରୋଧୀମାନେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି । ଉଭୟ କ୍ଷମତାଧାରୀ ଓ ବିପକ୍ଷ ଦଳ ଏକତ୍ର ହୋଇ ଏଭଳି ଲଜ୍ଜାଜନକ ଘଟଣା ଘଟାଇଥିବା ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ମଣିପୁରର ଦୁଇ ଭଉଣୀଙ୍କ ସହ ଘଟିଥିବା ଘଟଣା ଆଜି ସମଗ୍ର ନାରୀ ଜାତି ଓ ମାନବ ସମାଜର ମୁଣ୍ଡ ତଳକୁ କରିଦେଇଛି । ନାରୀଙ୍କୁ ନିର୍ବସ୍ତ୍ର କରି ବୁଲାଇବାର ଭିଡିଓ ଆଜି ଆମକୁ ମଣିଷରୁ ରାକ୍ଷସ କରିଦେଇଛି । ମା-ଭଉଣୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.