fbpx

ଜନ୍ମ ହେବା ମାତ୍ରେ ଝିଅର ଭାଗ୍ୟ ସ୍ଥିର କରିଥିଲେ ଆଲିଆ! କହିଲେ ‘ରାହା’ ବଡ଼ ହେଲେ ଏହି କାମ କରିବ

ନୂଆଦିଲ୍ଲୀ: ବଲିଉଡ୍ ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୟ ଲୋକମାନେ ଖୁବ୍ ପସନ୍ଦ କରନ୍ତି । ବର୍ତ୍ତମାନ ସମୟରେ ଆଲିଆ ବଲିଉଡ୍ ଫିଲ୍ମ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ଆଲିଆ ଏବେ ତାଙ୍କର ଆଗାମୀ ଫିଲ୍ମ ‘ରକୀ ଏବଂ ରାଣୀ କି ପ୍ରେମ୍ କାହାନୀ’ ପ୍ରମୋଶନ ଜୋର ସୋରରେ କରୁଛନ୍ତି । ଏହି ପ୍ରମୋଶନ ଇଭେଣ୍ଟ ସମୟରେ ଆଲିଆ ଭଟ୍ଟ ଏବଂ ତାଙ୍କର ସହ-ଅଭିନେତା ରଣବୀର ସିଂହ ସ୍କୁଲ୍ ଏବଂ ପାଠ ପଢା ବିଷୟରେ ଆଲୋଚନା କରିଥିଲେ ।

ଏହି ସମୟରେ ଆଲିଆ ଭଟ୍ଟ ନିଜ ଝିଅ ‘ରାହା’ର ଭବିଷ୍ୟତକୁ ନେଇ କିଛି କଥା କହିଥିଲେ । ସେ କହିଥିଲେ ଯେ, ଯେତେବେଳେ ‘ମୁଁ ମୋ ଝିଅକୁ ପ୍ରଥମେ ଦେଖିଥିଲି ସେତେବେଳେ ନିଷ୍ପତି ନଇଥିଲି ଯେ, ସେ ବୈଜ୍ଞାନିକ ହେବ’। ଆଲିଆ ଭଟ୍ଟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ୍ ଭିଡିଓ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି ।

ଏହି ଭିଡିଓ ଦେଖି ଜଣେ ପ୍ରଶଂସକ ଲେଖିଛନ୍ତି, ସେ ନିଶ୍ଚିତ ଭାବରେ ଜଣେ ବୈଜ୍ଞାନିକ ଭୂମିକାରେ ଅଭିନୟ କରିବେ । ଜଣେ ଲେଖିଥିବା ବେଳେ ‘ରଣବୀରଙ୍କ ପରି ନକଲି ହୁଅ ନାହିଁ ।’ ଜଣେ ସୀମା ଅତିକ୍ରମ କରି ଲେଖିଥିଲେ, ‘ବୈଜ୍ଞାନିକ ହେବାକୁ ହେଲେ ମସ୍ତିଷ୍କ ରହିବା ଆବଶ୍ୟକ, ଯାହା ପିତାମାତାଙ୍କଠାରୁ ଆସିଥାଏ ଏବଂ ଯଦି ତୁମେ ମସ୍ତିଷ୍କ ବିନା ସୌନ୍ଦର୍ଯ୍ୟ, ତେବେ ଏହା କିପରି ଘଟିବ ମୋତେ କୁହ ।’ ଏହି ପ୍ରମୋଶନ ସମୟରେ ରଣବୀର ମଧ୍ୟ ନିଜର ଗଣିତ ମାର୍କ ଖୁଲାସା କରିଥିଲେ । ସେ କହିଥିଲେ ଯେ, ତାଙ୍କର ଗଣିତରେ ୧୦୦ ରୁ ଶୁନରୁ ମଧ୍ୟ କମ୍ ମାର୍କ ରହିଥିଲା ।

Get real time updates directly on you device, subscribe now.