fbpx

ଫୋନ୍ ବ୍ୟାଙ୍କିଙ୍ଗ୍ ଘୋଟାଲାକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଗୋଟିଏ ଫୋନ୍ କଲ୍‌ରେ ଦିଆଯାଇଛି କୋଟି କୋଟି ଟଙ୍କା ଋଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କନପରେନ୍ସିଂ ଜରିଆରେ ରୋଜଗାର ମେଳା ଅଧୀନରେ ଥିବା ସରକାରୀ ବିଭାଗ ଓ ସଂରଗଠନରେ ନୂତନ କରି ନିଯୁକ୍ତି ପାଇଥିବା ୭୦ ଜହଜାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ସମୟରେ କଂଗ୍ରେସ ଦଳ ଉପରେ ପ୍ରବଳ ବର୍ଷିଛନ୍ତି ମୋଦୀ ।

ଏହି ଅବସରରେ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ପୂର୍ବରୁ ଥିବା ସରକାରଙ୍କ ସମୟରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିପର୍ଯ୍ୟୟ ଘଟିଥିଲା। ସରକାରଙ୍କ ଘନିଷ୍ଠ ଥିବା ଲୋକଙ୍କୁ ମାତ୍ର ଗୋଟିଏ ଫୋନ୍ କଲରେ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ଦିଆଯାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ପରିଶୋଧ କରାଯାଇ ନାହିଁ। ପୂର୍ବରୁ ଥିବା ଏହି ଫୋନ ବ୍ୟାଙ୍କିଙ୍ଗ ଘୋଟାଲା ପୂର୍ବ ସରକାରଙ୍କ ବଡ଼ ବଡ଼ ଘୋଟାଲା ମଧ୍ୟରୁ ଗୋଟିଏ।

ଆଜି ଆମେ ଡିଜିଟାଲ କାରବାର କରିବାକୁ ସକ୍ଷମ ହେବା ସହ ୧୪୦କୋଟି ଲୋକଙ୍କ ପାଖରେ ମୋବାଇଲ ବ୍ୟାଙ୍କିଙ୍ଗର ସୁବିଧା ଅଛି, ଯାହା ୯ବର୍ଷ ପୂର୍ବରୁ ନଥିଲା । ୨୦୧୪ ପରଠାରୁ ଆମେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସୁଦୃଢ କରିବା ସହ ସରକାରୀ ବ୍ୟାଙ୍କ ଗୁଡିକର ପରିଚାଳନା ମଜବୁତ କରିଛୁ । ଏହା ସହ ଛୋଟଛୋଟ ବ୍ୟାଙ୍କ ଗୁଡିକୁ ବଡ ବ୍ୟାଙ୍କ ସହ ମିଶ୍ରଣ ଏବଂ ଦେବାଳିଆ ସଂହିତା ଲାଗୁ କରିଛୁ, ଯାହା ଦ୍ୱାରା ଯଦି ଭବିଷ୍ୟତରେ କୌଣସି ବ୍ୟାଙ୍କ ବନ୍ଦ ହୋଇଯାଏ ତେବେ ସେମାନଙ୍କୁ ବେଶି କ୍ଷତି ସହିବାକୁ ପଡିବ ନାହିଁ । ତେବେ ଏସବୁ ସହ ବର୍ତ୍ତମାନ ଭାରତ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଭାବରେ ବିବେଚନା କରାଯାଉଛି।

Get real time updates directly on you device, subscribe now.