fbpx

ପୁଣି ଲୋକଙ୍କୁ ଘାରିଲା ବାହାନଗା ଭୂତଙ୍କ ଭୟ… ବାଲେଶ୍ୱରରେ କାହିଁକି ଏତେ ଟ୍ରେନ ଦୁର୍ଘଟଣା?

ବାଲେଶ୍ୱର: ଜୁନ୍ ୨, ୨୦୨୩… ବାଲେଶ୍ୱର ବାହାନଗାରେ ଘଟିଯାଇଥିଲା ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା । ଏକା ସାଙ୍ଗରେ ୩ଟି ଟ୍ରେନ ମଧ୍ୟରେ ଦୂୁର୍ଘଟରା ଯୋଗୁଁ ଶହ ଶହ ଯାତ୍ରୀ ମୃତ୍ୟୁବରଣ କରିଥିଲେ ତ ହଜାରରୁ ଅଧିକ ଆହତ ହୋଇ ମେଡିକାଲରେ ପହଞ୍ଚିଥିଲେ । ବାସ୍ କେଇଟା ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ବାହାନଗା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସବୁଆଡ଼େ ମୃତ୍ୟୁର ତାଣ୍ଡବ ଆଉ ରକ୍ତର ଛିଟା । ଆଉ ଏହାପରେ ବାଲେଶ୍ୱର ଜିଲ୍ଲାରେ ଅନେକ ଟ୍ରେନ ଦୁର୍ଘଟଣା ଘଟିବାରେ ଲାଗିଛି । ଯାହାକୁ ନେଇ ସ୍ତସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ଆତ୍ମା/ଭୂତ ସେମାନଙ୍କ ମୃତ୍ୟୁର ପ୍ରତିଶୋଧ ନେଉଥିବା ଚର୍ଚ୍ଚା ଜୋର ଧରିଛି ।

  • ଜୁନ୍ ୨ ତାରିଖରେ ବାହାନଗାରେ ଏହି ଦୁର୍ଘଟଣା ଘଟିଥିଲା । ସିଗନାଲିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଘଟଣାସ୍ଥଳରେ ୨୮୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । ମେନ୍ ଟ୍ରାକରେ ଯିବାକୁ ଥିବା କରମଣ୍ଡଳ ଏକ୍ସପ୍ରେସ ଭୁଲ ସିଗନାଲ ପାଇ ଲୁପ ଲାଇନକୁ ଚାଲି ଯାଇଥିଲା । ତେବେ ପୂର୍ବରୁ ଏହି ଟ୍ରାକରେ ଠିଆ ହୋଇଥିବା ଏକ ମାଲଗାଡ଼ିକୁ ପଛରୁ ଧକ୍କା ଦେଇଥିଲା କରମଣ୍ଡଳ । ଏହାର କିଛି ସମୟ ପରେ ହାୱଡ଼ା ଏକ୍ସପ୍ରେସ ମଧ୍ୟ ଏହି ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡ଼ିର ମୋଟ ୨୮୮ ଜଣ ଯାତ୍ରୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।
  • ଏହାପରେ ବାଲେଶ୍ୱର ଜିଲ୍ଲା ସତେ ଯେମିତି ଦୁର୍ଘଟଣାର ହବ୍ ପାଲଟି ଯାଇଛି । ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟିବାରେ ଲାଗିଛି । କରମଣ୍ଡଳ ଦୁର୍ଘଟଣାର କିଛି ଦିନ ପରେ ଜୁଲାଇ ୮ ତାରିଖରେ ବାଲେଶ୍ୱରରେ ଘଟିଯାଇଥିଲା ଆଉ ଏକ ଟ୍ରେନ ଦୁର୍ଘଟଣା । ବାହାନଗା ପରେ ସବିରା ଷ୍ଟେସନରେ ଜଗନ୍ନାଥ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ଟ୍ରାକ ତଳକୁ ଖସିଯିବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ି ଯାଇଥିଲା ଏହି ପାସେଞ୍ଜର ଟ୍ରେନ ।
  • ଏହାପରେ ମଧ୍ୟ ବାଲେଶ୍ୱର ସହରରେ ଲୌହ ଦାନବ ନିଜର ବିକଟାଳ ରୂପ ଦେଖାଇବାରେ ଲାଗିଛି । ଜୁଲାଇ ୧୪ ତାରିଖ ମଧ୍ୟ ବାଲେଶ୍ୱରରେ ଏକ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ଖଡଗପୁରରୁ ଭଦ୍ରକ ଅଭିମୁଖେ ଯାତ୍ରା କରୁଥିବା ପାସେଞ୍ଜର ଟ୍ରେନରେ ନିଆଁ ଲାଗି ହଠାତ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ଲକ୍ଷ୍ମଣନନାଥ ଷ୍ଟେସନ ନିକଟରେ ପହଞ୍ଚିବା ପରେ ଟ୍ରେନରେ ନିଆଁ ଲାଗିଥିବା ନେଇ ସ୍ପଷ୍ଟ ଜଣାପଡିଥିଲା । ତେବେ ଏହା ଦେଖି ନିଜର ଉପସ୍ଥିତ ବୁଦ୍ଧି ଖଟାଇଥିଲେ ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ୍ । ତେଣୁ ଇଞ୍ଜିନକୁ ତୁରନ୍ତ ବାହାର କରି ଦେବାରୁ ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସଫଳତା ମିଳିପାରିଛି । ତେବେ ଇଞ୍ଜିନର ସସ୍ପେନ୍ସନ ସ୍ପ୍ରିଙ୍ଗର ମୋବାଇଲ ଲିଙ୍କରୁ ଏହି ନିଆଁ ବାହାରୁତିବା ଜାଣିବାକୁ ମିଳିଥିଲା ।
  • ସେହିପରି ନିକଟରେ ଗତ ୧୮ ତାରିଖରେ ପୁଣିଥରେ ସମାନ ଘଟଣା ଦେଖିବାକୁ ମିଳିଛି । ଏଥିରେ ମଧ୍ୟ ଦୁଇଟି କଥା ସମାନ ରହିଛି ବାଲେଶ୍ୱର, ଏବଂ ଟ୍ରେନ ଦୁର୍ଘଟଣା । ମେମୁ ଟ୍ରେନ ଭଦ୍ରକରୁ ବାଲେଶ୍ୱରକୁ ଆସୁଥିବା ବେଳେ ଅଚାନକ ଲୁପ୍ ଲାଇନରେ ପଶି ଯାଇଥିଲା । ଗାଡ଼ି ପଛକୁ ବ୍ରେକ କରି ବାଲେଶ୍ୱରକୁ ଟ୍ରେନ ଯାଇଛି । ଲୋକ ପାଇଲଟଙ୍କ ଉପସ୍ଥିତି ଯୋଗୁଁ ଦୁର୍ଘଟଣା ଟଳିଥିବା ଜଣାପଡିଛି । ନୀଳଗିରି ରୋଡରେ ଦୁର୍ଘଟଣାରୁ ବର୍ତ୍ତିଯାଇଛି ।
  • ଆଜି ମଧ୍ୟ ଏକ ଟ୍ରେନ ମାଲବାହୀ ଟ୍ରେନ ବାଲେଶ୍ୱରରେ ଅସହଜ ପରିସ୍ଥିତିରେ ଫସିଯାଇଥିବାର ଦେଖିବାକୁ ମିଳିଥିଲା । ଟ୍ରେନର ଗୋଟିଏ ବଗିକୁ ଛାଡ଼ି କିଛି ଦୂର ଆଗକୁ ଚାଲିଯାଇଥିଲା ଏହି ମାଲବାହୀ ଟ୍ରେନ । ତେବେ ପରେ ପୁଣିଥରେ ପଛକୁ ଫେରିବା ସହ ଏହି ବଗିକୁ ନେଇ ଯାଇଥିଲା ମାଲବାହୀ ଗାଡ଼ି ।

ଏହା ଦୁର୍ଘଟଣା ବ୍ୟତୀତ ସହରରେ ଅନେକ ଛୋଟବଡ଼ ସଡ଼କ ଦୁର୍ଘଟଣା ମଧ୍ୟ ଘଟିଚାଲିଛି । ଯାହାକୁ ନେଇ ସାଧାରଣ ଲୋକେ ଭୟରେ ପଡ଼ି ଯାଇଛନ୍ତି । ବାହାନଗାରେ କଦୁର୍ଘଟଣା ପରେ ଏଠାରେ ଦେଖା ଦେଇଥିବା ଭୂତ ଭୟ ପୁଣିଥରେ ସହରବାସୀଙ୍କୁ ଆନ୍ଦୋଳିତ କରୁଛି । ଏହି ଦୁର୍ଘଟରାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀଙ୍କ ଆତ୍ମା ଶାନ୍ତି ପାଇ ନଥିବାରୁ ବାରମ୍ବାର ଏଠାରେ ଦୁର୍ଘଟଣା ଘଟାଉଥିବା ଚର୍ଚ୍ଚା ହେଉଛି । ସେମାନେ ଦୁର୍ଘଟଣାର ପ୍ରତିଶୋଧ ନେବା ପାଇଁ ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଟ୍ରେନ ଦୁର୍ଘଟଣାର ଶୀକାର କରାଉଥିବା କହୁଛନ୍ତି ଭୟଭୀତ ଲୋକେ । ତେବେ କିଛି ଦିନ ତଳେ ଏଠାରେ ମୃତକମାନଙ୍କ ପାଇଁ ଦଶାହରେ ହୋମ ଯଜ୍ଞ କରାଯାଇଥିଲା ।

Get real time updates directly on you device, subscribe now.