fbpx

ବିରଳ ଘଟଣା: ଜଣେ ଟ୍ରାନ୍ସଜେଣ୍ଡର ପୁରୁଷଙ୍କ ଗର୍ଭରୁ ଜନ୍ମନେଲା ଗୋଟିଏ ଶିଶୁକନ୍ୟା

ନୂଆଦିଲ୍ଲୀ: ସାଧାରଣ ଭାବେ ମହିଳାମାନେ ଛୁଆକୁ ଜନ୍ମ ଦିଅନ୍ତି ଏକଥା ଆମେମାନେ ସମସ୍ତେ ଜାଣିଛେ । ତେବେ ନିକଟରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଜଣେ ୨୭ ବର୍ଷୀୟ ଟ୍ରାନ୍ସଜେଣ୍ଡର ପୁରୁଷ କାଲେବ ବୋଲଡେନ ଗୋଟିଏ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । କାଲେବ ଓ ତାଙ୍କର ୨୫ ବର୍ଷୀୟା ପତ୍ନୀ ନିଆମ ବୋଲଡେନ ଏବେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

କାଲେବଙ୍କ ପତ୍ନୀ ନିଆମଙ୍କର ତିନି ଥର ଗର୍ଭପାତ ହେବା ପରେ ସେ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଆଉ ସନ୍ତାନଙ୍କୁ ଜନ୍ମ ଦେଇ ପାରିବେ ନାହିଁ ବୋଲି ଡାକ୍ତର କରିଥିଲେ । ତେଣୁ ଏହା ପରେ ଏହି ଦମ୍ପତ୍ତି ଫର୍ଟିଲିଟି ଚିକିତ୍ସା କରିବାକୁ ଚିନ୍ତା କରିଥିଲେ । ତେବେ ଏଥିପାଇଁ ଖର୍ଚ୍ଚ ଓ ଜଟିଳତାକୁ ଉପଲବ୍ଧି କରି ସେମାନେ ଅନ୍ୟ ଏକ ପନ୍ଥା ଆପଣାଇଥିଲେ । କାଲେବ ଗତ ୨୭ ମାସ ଧରି ହରମୋନ ଚିକିତ୍ସା କରିଆସୁଥିଲେ । ଗୋଟିଏ ଶିଶୁର ଜନକ ହେବା ପାଇଁ ସେ ସର୍ବଦା ଇଚ୍ଛୁକ ଥିଲେ ।

ଗତ ୨୦୨୨ ମସିହା ଜାନୁଆରୀ ମାସରେ କାଲେବ ଏକ ସାହସିକ ନିଷ୍ପତ୍ତି ନେଇଥିଲେ । ଦମ୍ପତ୍ତି ଜଣେ ସ୍ପର୍ମ ଡୋନରଙ୍କୁ ଅନଲାଇନରେ ଖୋଜିଥିଲେ ଓ ୬ ମାସ ମଧ୍ୟରେ ସେମାନଙ୍କର ପିତାମାତା ହେବାର ସ୍ୱପ୍ନ ବାସ୍ତବରେ ପରିଣତ ହୋଇଥିଲା । କାଲେବଙ୍କର ବେବି ବମ୍ପ ବଢ଼ିବା ଦେଖି ତାହା ଲୋକଙ୍କୁ ସେମାନଙ୍କ ପ୍ରତି ଅଧିକ ଆକର୍ଷିତ କରିଥିଲା ଓ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ଏପରିକି ଜଣେ ପୁରୁଷ ଗର୍ଭବତୀ ହେବାକୁ ନେଇ ଅନେକ ପ୍ରଶ୍ନ କରିଥିଲେ । ତେବେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଗତ ମେ ମାସରେ କାଲେବ ୱେଷ୍ଟ ସଫୋଲକ ହସ୍ପିଟାଲରେ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।

Get real time updates directly on you device, subscribe now.