fbpx

(Video) ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି କିଛି ଅପୂର୍ବ ଦୃଶ୍ୟ: ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀକୁ ପ୍ରତିଦିନ ଦେଶ ବିଦେଶରୁ ବହୁ ଶ୍ରଦ୍ଧାଳୁମାନେ ଧାଇଁ ଆସିଥାନ୍ତି । କାଳିଆର ଦର୍ଶନ ଥରୁଟିଏ କରିଦେଲେ କୋଟି ପାପରୁ ମୁକ୍ତି ମିଳିଥାଏ । କାଳିଆକୁ ଦର୍ଶନ କରିବା, ବେଳାଭୂମିରେ ଗାଧୋଇବା ଆଉ ଆନନ୍ଦ ବଜାରରେ ଅବଢ଼ା ଖାଇବାର ମଜା ସତରେ ଜଣେ ଭକ୍ତ ପାଇଁ ବହୁ କୋଟି ଜନ୍ମର ଫଳ ସଦୃଶ ହୋଇଥାଏ ।

ତେବେ ଏହା ମଧ୍ୟରେ ପୁରୀରୁ ଆସିଛି ଏକ ବଡ଼ ଖବର । ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ । ଏହି ଦୃଶ୍ୟକୁ ଦେଖିବା ପରେ ଲୋକଙ୍କର ଭିଡ଼ ଜମିବାରେ ଲାଗିଛି । ବେଳାଭୂମିରେ ଅଚାନକ ଏଭଳି ଦୃଶ୍ୟ ଦେଖାଯିବାକୁ ନେଇ ଭକ୍ତମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ଏହି ଦୃଶ୍ୟ ପଛରେ କିଛି ରହସ୍ୟ ଲୁଚି ନାହିଁ ତ ଏଭଳି ପ୍ରଶ୍ନ ଭକ୍ତଙ୍କ ମନରେ ଉଙ୍କି ମାରୁଛି । ସେ ଯାହା ବି ହେଉ କିଛି ବି ଅଘଟଣ ଘଟିବନି, ମହାପ୍ରଭୁ ସମସ୍ତଙ୍କର ନିଶ୍ଚିତ ମଙ୍ଗଳ କାମନା କରିବେ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି ।

ସାମାନ୍ୟ ମେଘୁଆ ପାଗରେ ପୁରୀ ସମୁଦ୍ରର ବେଳାଭୂମିରେ ଦେଖାଦେଇଥିବା ଏହି ଅପୂର୍ବ ଦୃଶ୍ୟ ପର୍ୟ୍ୟଟକଙ୍କ ମନକୁ ଆମୋଦିତ କରିଛି । ଗୋଟିଏ ପଟେ ଆକାଶରେ ଭସା ବାଦଲ ଘୁରି ବୁଲୁଥିବା ବେଳେ ଇନ୍ଦ୍ରଧନୁ ସମ ଏହି ଅର୍ଦ୍ଧବୃତ୍ତାକାର ଦୃଶ୍ୟ ପୁରୀ ସମୁଦ୍ରର ପରିବେଶକୁ ଆହୁରି ସୌନ୍ଦର୍ୟ୍ୟମୟ କରିଦେଇଛି । ବେଳାଭୂମି ଉପରେ ଆକାଶମାର୍ଗରେ ଦୃଶ୍ୟମାନ ହେଉଥିବା ଏହି ଦୃଶ୍ୟରେ ଇନ୍ଦ୍ରଧନୁର ସାତ ରଙ୍ଗ ବି କିଛି ମାତ୍ରାରେ ଦୃଶ୍ୟମାନ ହୋଇଥିଲା । ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ପର୍ୟ୍ୟଟକ ବେଶ୍ ଉପଭୋଗ କରିଥିଲେ ।

Get real time updates directly on you device, subscribe now.