fbpx

ଭାରତର ସ୍ୱପ୍ନ ଧୂଳିସାତ: ଏମର୍ଜିଂ ଏସିଆ କପ ଫାଇନାଲରେ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ସ୍ୱପ୍ନ ଚୁରମାର ହୋଇଯାଇଛି । ଏମର୍ଜିଂ ଏସିଆ କପ ଫାଇନାଲରେ ପାକିସ୍ତାନ ନିକଟରୁ ୧୨୮ ରନରେ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ପାକିସ୍ତାନ ଦ୍ୱିତୀୟ ଥର ପାଇଁ ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ବେଳେ ଭାରତ କେବଳ ଗୋଟିଏ ଥର ଏହି ସଫଳତା ହାସଲ କରିବାରେ ସନ୍ତୁଷ୍ଟ ରହିଛି ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୩୫୨ ରନର ପାହାଡ଼ ଛିଡ଼ା କରିଥିଲା । ଜବାବରେ ଭାରତର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରି ନପାରିବାରୁ ଦଳ ପରାଜୟ ବରଣ କରିଥିଲା । ଭାରତ ମାତ୍ର ୪୦ ଓଭରରେ ୨୨୪ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କେବଳ ଅଭିଶେକ ଶର୍ମା ଅର୍ଦ୍ଧଶତକୀୟ ପାଳି ଖେଳିବା ସହିତ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ପାକିସ୍ତାନ ପକ୍ଷରୁ ସୁଫିୟାନା ମକିମ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଭାରତ ଟସ୍ ଜିତିଥିଲେ ବି ବୋଲିଂ ନିଷ୍ପତ୍ତି ନେଇଥିଲା । ସେଇମ ଆୟୁବ ଓ ସାହିବଜାଦା ଫରହନ ଦୁଇ ଓପନର ଅର୍ଦ୍ଧଶତକ ହାସଲ କରିବା ସହିତ ଦଳର ମୁଳଦୁଆକୁ ଶକ୍ତ କରିପାରିଥିଲେ । ୧୨୧ ରନରେ ଦଳ ପ୍ରଥମ ୱିକେଟ ହରାଇଥିଲା । ଦଳ ପକ୍ଷରୁ ତାୟାବ ତାହିର ମାତ୍ର ୭୧ଟି ବଲରୁ ୧୨ଟି ଚୌକା ଓ ୪ଟି ଛକା ସହାୟତାରେ ୧୦୮ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଆରଏସ ହାଙ୍ଗର୍ଗେକର ଓ ରିୟାନ ପରାଗ ଦୁହେଁ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ବାଂଲାଦେଶକୁ ହରାଇ ଭାରତ ଓ ଶ୍ରୀଲଙ୍କାକୁ ହରାଇ ପାକିସ୍ତାନ ଫାଇନାଲକୁ ଉନ୍ନୀତ ହୋଇଥିଲେ ।

Get real time updates directly on you device, subscribe now.