fbpx

‘ମୁଁ କାର୍ଗିଲ…’ ଆଜି କାର୍ଗିଲ ବିଜୟ ଦିବସ: ସେଦିନର କାହାଣୀ କହୁଛି କାର୍ଗିଲ ମାଟି

ମୁଁ କାର୍ଗିଲ…. ୧୯୯୯ ର ସେ ଶୀତ ମୋ ପାଇଁ ପୂର୍ବ ଶୀତ ଠାରୁ ଥିଲା ଖୁବ ଭିନ୍ନ । ସୀମାର ଅନ୍ୟପାଶ୍ୱର୍ରୁ ଲଗାତାର ଅନେକ ଅଜଣା ଚେହେରା ମାଡି ଆସୁଥିଲେ । ସେମାନଙ୍କ ହାତରେ ଥିଲା ଆଧୁନିକ ଅସ୍ତ୍ର ଶସ୍ତ୍ର ଏବଂ କାନ୍ଧରେ ଥିଲା ଭାରୀ ଓଜନର ବ୍ୟାଗ୍ । ଭୟଙ୍କର ଦେଖାଯାଉଥିବା ଏହି ଅଜଣା ଚେହେରାଗୁଡିକ ମୋର ସମସ୍ତ ଶିଖରରେ ରହିବାକୁ ଗୋଟିଏ ପରେ ଗୋଟିଏ କଷ୍ଟଦାୟକ ବ୍ୟବସ୍ଥା କରୁଥିଲେ । ସେମାନଙ୍କ ବ୍ୟବସ୍ଥାରେ ଯେପରି କିଛି ଅସୁବିଧା ନ ଆସୁ ସେଥିପାଇଁ ଚାରିଆଡେ ରକେଟ୍ ଲଞ୍ଚର ପରି ଅନେକ ହତିଆର ଜମା କରି ଦିଆଯାଇଥିଲା । ମୁଁ ବୁଝି ପାରୁନଥିଲି ସୀମା ପାର ହୋଇ ଆସିଥିବା ଏ ଭୟଙ୍କର ଚେହେରା ସବୁ ପ୍ରକୃତରେ କିଏ ?

ଅଘଟଣ ଆଡକୁ ଇସାରା ଦେଉଥିବା ବାଦଲର ହଲଚଲ ଏବଂ ମନରେ ଉଙ୍କି ମାରୁଥିବା ଏହି ଦ୍ୱନ୍ଦ୍ୱ ଭିତରେ କେବେ ଯେ ଶୀତ ଚାଲିଗଲା ତାହା ଜଣା ପଡିଲା ନାହିଁ । ସୂର୍ଯ୍ୟର ବଢୁଥିବା ଉତ୍ତାପ ସହିତ ମୋ ଶରୀରରେ ଥିବା ବରଫର ଚାଦର ଧିରେ ଧିରେ ତରଳିବାକୁ ଲାଗୁଥିଲା । ତେବେ ଆଜିବି ମନେ ଅଛି ମାର ସେହିଦିନ । ୧୯୯୯ ମସିହା ମେ ୩ ତାରିଖ ଏହି ଅଜଣା ଚେହେରାକୁ ଖୋଜିବା ପାଇଁ କ୍ୟାପଟେନ୍ ସୌରଭ କାଳିଆଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ଦଳ । ଯାହାଙ୍କୁ ଭଞ୍ଜୁ ଟାପୁକୁ ପଠାଯାଇଥିଲା ।

ଏକ ନିର୍ଦ୍ଦିଷ୍ଟ ଦୂରତାରେ ପହଞ୍ଚିବା ପରେ କ୍ୟାପଟେନ୍ ସୌରଭ କାଳିଆ ଏହି ଅଜଣା ଚେହେରା ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଦେଇଥିଲେ । ଏହି ଚେହେରାକୁ ଦେଖିବା ପରେ କ୍ୟାପଟେନ ବୁଝି ଯାଇଥିଲେ କି ଏମାନେ ହେଉଛନ୍ତି ପାକିସ୍ତାନର ଅନୁପ୍ରବେଶକାରୀ । ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ସଂଘର୍ଷ । ଏହି ଯୁଦ୍ଧ ୨୬ ଜୁଲାଇ ୧୯୯୯ରେ ଶେଷ ହୋଇଥିଲା ।

Get real time updates directly on you device, subscribe now.