fbpx

ରାଜ୍ୟରେ କରୋନାରେ ୩ୟ ମୃତ୍ୟୁ

ଭୁବନେଶ୍ୱର, ୧୦/୫(ଓଡିଶା ଭାସ୍କର): ରାଜ୍ୟରେ ଆଜି କରୋନାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର। ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ରାଜ୍ୟରେ ୨ ଜଣଙ୍କ  ମୃତ୍ୟୁ  ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮ଜଣ ସୁସ୍ଥ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଓଡ଼ିଶାରେ କରୋନାରେ ୨୨୩ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Get real time updates directly on you device, subscribe now.