fbpx

ଟ୍ରାନ୍ସଜେଣ୍ଡରଙ୍କ ଲାଗି ପୃଥକ ସଂରକ୍ଷଣ ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟରେ ବଡ଼ ସୂଚନା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡରଙ୍କ ସଂରକ୍ଷଣ ସମ୍ପର୍କରେ କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ ତାଙ୍କର ପକ୍ଷ ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଯେ ଟ୍ରାନ୍ସଜେଣ୍ଡରଙ୍କୁ ସଂରକ୍ଷଣର ଲାଭ ସେତେବେଳେ ମିଳିଥାନ୍ତା ଯେତେବେଳେ ସେମାନେ ବର୍ତ୍ତମାନର ସଂରକ୍ଷଣ ଅନ୍ତର୍ଗତ ଶ୍ରେଣୀରେ ଆସୁଥାନ୍ତେ । ତେବେ ସେମାନଙ୍କ ଲାଗି ପୃଥକ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରିବନି ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର ସରକାର ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । କେନ୍ଦ୍ର ସରକାର ଏହି ସତ୍ୟପାଠ ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଲଏସ୍‌ଏ) ବନାମ ଭାରତ ସଂଘ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପାଳନ ନ ହେବା ଯୋଗୁ କୋର୍ଟରେ ରୁଜୁ ଅବମାନନା ପିଟିସନ ଆଧାରରେ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ ଶିକ୍ଷା ଅଥବା ରୋଜଗାର ମାମଲାରେ ଟ୍ରାନ୍ସଜେଣ୍ଡରଙ୍କ ଲାଗି ଅଲଗା କୌଣସି ପ୍ରକାରର ସଂରକ୍ଷଣ ପ୍ରଦାନ କରାଯାଉ ନାହିଁ । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ଯଦି ସେମାନେ ଅନୁସୂଚିତ ଜାତି(ଏସସି), ଅନୁସୂଚିତ ଜନଜାତି (ଏସଟି), ସାମାଜିକ ଓ ଆର୍ଥିକ ରୂପେ ପଛୁଆ ବର୍ଗ(ଏସଇବିସି) ଅଥବା ଆର୍ôଥକ ରୂପେ ଦୁର୍ବଳ ବର୍ଗ(ଇଡବ୍ଲୁଏସ୍‌) ଶ୍ରେଣୀରେ ଆସୁଥାନ୍ତି ଏଥିରେ ସେମାନଙ୍କୁ ସଂରକ୍ଷଣର ଲାଭ ମିଳିପାରିବ । ତେବେ ସେମାନଙ୍କ ଲାଗି ପୃଥକ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ ।

Get real time updates directly on you device, subscribe now.