fbpx

ଗୋଡ ବଦଳରେ ପେଟ କରିଦେଲେ ଅପରେସନ : ହସ୍ପିଟାଲ ହେଲା ସିଲ୍‌

ଲଖମିପୁର : ଉତ୍ତରପ୍ରଦେଶର ଲଖମିପୁରରୁ ଖିରୀରୁ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଗୋଡ ଅପରେସନ ହେବା ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ବେଳେ, ଡାକ୍ତର ବ୍ୟକ୍ତିଙ୍କର ପେଟ ଅପରେସନ କରିଦେଇଛନ୍ତି । ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସିଏମଓ ପକ୍ଷରୁ ହସ୍ପିଟାଲକୁ ସିଲ କରି ଦିଆଯାଇଛି ।

ସୂଚନା ଅନୁସାରେ : ଲଖମିପୁର ଖିରୀ ନିଘାସନ ରୋଡ ସ୍ଥିତ ଆପୋଲୋ ହସପିଟାଲରେ ଜଣେ ବ୍ୟକ୍ତି ଗୋଡ ଅପରେସନ ପାଇଁ ଆଡମିଟ୍ ହୋଇଥିଲେ । ଆଡମିଟ୍ ହେବା ପରେ ଡାକ୍ତର ବ୍ୟକ୍ତିଙ୍କୁ ନେଇ ଅପରେସନ କରିଥିଲେ । ହେଲେ ଡାକ୍ତର ଗୋଡ ବଦଳରେ ଆଡମିଟ୍ ହୋଇଥିବା ବ୍ୟକ୍ତିଙ୍କ ପେଟ ଅପରେସନ କରିଦେଇଥିଲେ । ଏହି ଖବର ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସିଏମଓ ପକ୍ଷରୁ ହସପିଟାଲକୁ ସିଲ୍ କରିଦିଆଯାଇଛି ।ସିଏମଓ ଡା. ସନ୍ତୋଷ ଗୁପ୍ତା କହିଛନ୍ତି, ସୋସିଆଲ ମିଡିଆରୁ ଏହା ବିଷୟରେ ସୂଚନା ମିଳିଥିଲା । ଯାଞ୍ଚ ପାଇଁ ଅଧିକାରୀମାନେ ସେହି ହସପିଟାଲକୁ ଯାଇଥିଲେ । ଆଉ ଘଟଣା ଜଣାପଡିବା ପରେ ହସପିଟାଲକୁ ସିଲ୍ କରାଯାଇଛି । ଅଧିକ ଯାଞ୍ଚ କରିବା ସହ ନିଷ୍କର୍ସ ମିଳିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏନେଇ ହସପିଟାଲ ମ୍ୟାନେଜମେଣ୍ଟ ପକ୍ଷରୁ ଏହା ମିଥ୍ୟା ଅଭିଯୋଗ ବୋଲି କୁହାଯାଇଛି । ହସପିଟାଲ ପକ୍ଷରୁ କୁହାଯାଇଛି ଯେ, ବ୍ୟକ୍ତିଙ୍କର ସଠିକ୍ ଅପରେସନ ହୋଇଥିଲା । ଆଉ ଚିକିତ୍ସା ହୋଇଥିବା ଅର୍ଥ ମାଗିବା ଯୋଗୁଁ ରୋଗୀଙ୍କ ପରିଜନ ବ୍ୟାଙ୍କରୁପଇସା ଉଠାଇଲେ ଦେବେ ବୋଲି କହିଥିଲେ । ଏହା ପରେ ହଠାତ୍ ହସପିଟାଲକୁ କିଛି ଲୋକ ଆସି ଗଣ୍ଡଗୋଳ କରିବା ପରେ ସୋସିଆଲ ମିଡିଆରେ ମିଛ ଖବର ଭାଇରାଲ କରିଥିଲେ ।

Get real time updates directly on you device, subscribe now.