fbpx

ବିଶ୍ୱର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ! ଫୋନରୁ ମିଳିଲା ୟୁନିଭରସିଟି ଛାତ୍ରୀଙ୍କର ୫୫୦୦ ଅଶ୍ଲୀଳ ଭିଡିଓ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଛି ଏକ ବଡ଼ ଯୌନ ଶୋଷଣ ମାମଲା । ଏହାକୁ ବିଶ୍ୱର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ କୁହାଯାଉଛି । ଜଣେ ବ୍ୟକ୍ତିଙ୍କ ମୋବାଇଲ ଫୋନରୁ ମିଳିଛି କଲେଜ ଛାତ୍ରୀଙ୍କର ୫୫୦୦ ଅଶ୍ଲୀଳ ଭିଡିଓ । ତେବେ ଛାତ୍ରୀଙ୍କୁ ସୁରକ୍ଷିତ ରଖିବା ସେମାନଙ୍କର କାମ ନୁହେଁ ବୋଲି ପୋଲିସ କହିବା ପରେ ଏହି ବିବାଦ ଆହୁରି ବଢ଼ିଯାଇଛି । ଇସଲାମିଆ ୟୁନିଭରସିଟିର ଏହି ଘୋଟାଲାର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ପାକିସ୍ତାନରଉଚ୍ଚ ଶିକ୍ଷା ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

ଖବର ମୁତାବକ, ପାକିସ୍ତାନର ଇସଲାମିଆ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କର ଅଶ୍ଲୀଳ ଭିଡିଓ ସହିତ ଅନେକ ହ୍ୱାଟସଆପ ଚାଟ୍ ମିଳିଛି । ଏହି ମାମଲାରେ ୟୁନିଭରସିଟିର ଡାଇରେକ୍ଟର ଅଫ୍ ଫାଇନାନ୍ସ ଡ. ଅବୁଜର, ମୁଖ୍ୟ ସୁରକ୍ଷା ଅଧିକାରୀ ସୟଦ ଏଜାଜ ଶାହ ଓ ପରିବହନ ଅଧିକାରୀ ଅଲତାଫଙ୍କୁ ଗିରଫ କରାଯାଇଛି । ୟୁନିଭରସିଟିରେ ୧୧୩ ଜଣ ଛାତ୍ରଛାତ୍ରୀ ଡ୍ରଗ୍ସ ନିଶାରେ କବଳିତ ଥିବା ଜଣାପଡ଼ିଛି । ଯାଞ୍ଚ ସମୟରେ ଅଭିଯୁକ୍ତଙ୍କ ମୋବାଇଲରୁ ଅନେକ ପ୍ରମାଣ ହସ୍ତଗତ ହୋଇଛି । ତେଣୁ ଏହି ଯୌନ କେଳେଙ୍କାରୀ ବିଗତ କିଛିବର୍ଷ ଧରି ଚାଲିଆସୁଥିବା ସ୍ପଷ୍ଟ ହୋଇଛି । ଛାତ୍ରୀ, ମହିଳା କର୍ମଚାରୀମାନଙ୍କୁ ନିଶା ଦ୍ରବ୍ୟ ଓ ଡ୍ରଗ୍ସ ଦେଇ ସେମାନଙ୍କର ଅଶ୍ଲୀଳ ଭିଡିଓ ତିଆରି କରି ବ୍ଲାକମେଲ କରାଯାଉଥିବା ଜଣାପଡ଼ିଛି ।

ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି ସ୍କାଣ୍ଡାଲ କିଛି ବର୍ଷ ହେଲା ଚାଲିଥିବା କୁହାଯାଉଛି । ବିଶେଷ କରି ଗରିବ ଶ୍ରେଣୀର ଯୁବତୀଙ୍କୁ ଟାର୍ଗେଟ କରାଯିବା ସହିତ ସ୍କଲାରଶିପ ପ୍ରଦାନର ଲୋଭ ଦେଖାଇ କିଛି ଛାତ୍ରୀଙ୍କୁ ଫଶାଯାଉଥିଲା । ଅଶ୍ଲୀଳ ଭିଡିଓ ମାଧ୍ୟମରେ ଛାତ୍ରୀଙ୍କୁ ବ୍ଲାକମେଲ କରାଯାଉଥିଲା । ତେବେ ଏହି କେଳେଙ୍କାରୀ ପଛରେ ଏକ ବଡ଼ ଗ୍ୟାଙ୍ଗ ରହିଛି । ଏଜାଜ ହୁସେନ ନାମକ ଜଣେ ବ୍ୟକ୍ତି ଏହି ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି । ଏପରି ହଜାର ହଜାର ଯୁବତୀଙ୍କର ଅଶ୍ଲୀଳ ଭିଡିଓ ଶୁଟ୍ କରି ସେମାନଙ୍କୁ ଯୌନ ଶୋଷଣ କରାଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.