fbpx

ଅତିକ ଅହମଦଙ୍କ ଓକିଲ ବିଜୟ ମିଶ୍ରା ଗିରଫ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଫିଆ ଡନ ଅତିକ ଅହମଦଙ୍କ ଓକିଲ ବିଜୟ ମିଶ୍ରାଙ୍କୁ ଗିରଫ କରାଯାଇଛି । ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ୟୁପି ଏସଟିଏଫ ବିଜୟଙ୍କୁ ଲକ୍ଷ୍ନୌରୁ ଗିରଫ କରିଥିବା ଜଣାପଡ଼ିଛି । ଉମେଶଙ୍କ ଲୋକେସନ ସମ୍ପର୍କରେ ଶୁଟରଙ୍କୁ ବିଜୟ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ଏଥିସହିତ ଗିରଫ ହୋଇ ଜେଲରେ ରହିଥିବା ଅତିକଙ୍କ ଭାଇ ଅଶରଫଙ୍କ ସହିତ ବିଜୟ କ୍ରମାଗତ ସମ୍ପର୍କରେ ରହିଥିବା ଜଣାପଡ଼ିଥିଲା ।

ସୂତ୍ର ମୁତାବକ, ବିଜୟ ଲକ୍ଷ୍ନୌର ୟହାତ ହୋଟେଲରେ ଜଣେ ମହିଳାଙ୍କ ସହିତ ରହୁଥିଲେ । ଉକ୍ତ ମହିଳା ଜଣଙ୍କ ଅତିକଙ୍କ ପରିବାର ସମ୍ପର୍କୀୟ ବୋଲି ଜଣାପଡ଼ିଛି । ଏଥିସହିତ ଅତିକ ଓ ଅଶରଫଙ୍କୁ ଯେଉଁ ହସ୍ପିଟାଲ ନିକଟରେ ଗୁଳିମାଡ଼ କରାଯାଇଥିଲା, ସେଠାରେ ବିଜୟ ଉପସ୍ଥିତ ଥିଲେ । ଜବରଦସ୍ତି ଭାବେ ବଟି ଆଦାୟ କରିବା ନେଇ ବିଜୟଙ୍କ ନାମରେ ମଧ୍ୟ ଏଫଆଇଆର ଦାୟର ହୋଇଥିଲା ।

ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ଗତ ଫେବୃଆରୀ ୨୪ ତାରିଖରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଉମେଶ ଗାଡ଼ିରୁ ବାହାରି ନିଜ ଘରକୁ ଯାଉଥିବା ବେଳେ ତାଙ୍କ ଉପରେ ବୋମାମାଡ଼ କରାଯାଇଥିଲା । ଏହି ଆକ୍ରମଣରେ ଗୁରୁତର ଉମେଶ ଓ ତାଙ୍କର ଦୁଇ ବନ୍ଧୁକଧାରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ହତ୍ୟାକାଣ୍ଡ ପଛରେ ଅତିକଙ୍କ ହାତ ଥିବା ଜଣାପଡ଼ିଥିଲା । ଅତିକ ଓ ଅଶରଫ ଦୁହେଁ ଉମେଶଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ଆସିଥିଲା ।

Get real time updates directly on you device, subscribe now.