fbpx

ଅଳ୍ପକେ ବର୍ତ୍ତିଲେ ମହିଳା : ଦେବଦୂତ ସାଜିଲେ ଦୁଇ RPF କର୍ମଚାରୀ….

ଖୋର୍ଦ୍ଧା : ରଖିଲେ ଶୀବ ମାରିବ କିଏ! ମୃତ୍ୟୁ ମୁଖରୁ କିଏ ବଞ୍ଚିଗଲେ, ଏହା ଆପେ ଆପେ ପାଟିରୁ ବାହାରି ଯାଏ । ଆଜି ଖୋର୍ଦ୍ଧାରୋଡ ରେଳଷ୍ଟେସନରେ ଏକ ହୃଦୟଥରା ଘଟଣା ଘଟିଛି । ଜଣେ ମହିଳା ଯାତ୍ରୀ ଅଳ୍ପରେ ବର୍ତ୍ତି ଯାଇଛନ୍ତି ମୃତ୍ୟୁ ମୁଖରୁ । ଚଳନ୍ତା ଟ୍ରେନ ତଳକୁ ଖସିଯାଉଥିବା ବେଳେ ଦୁଇ ଜଚୠ କର୍ମଚାରୀ ତାଙ୍କୁ ଟାଣି ଆଣି ବଞ୍ଚାଇଥିଲେ ।

ସୂଚନା ଅନୂଯାୟୀ, ଖୋର୍ଦ୍ଧା ରୋଡ ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ ଲାଗିଥିଲା । ଟ୍ରେନ ଛାଡିବା ପୂର୍ବରୁ ସମସ୍ତ ଯାତ୍ରୀ ଟ୍ରେନକୁ ଚଢିଯାଇଥିଲେ । କିନ୍ତୁ ଜଣେ ୬୫ ବର୍ଷିୟ ବୃଦ୍ଧ ମହିଳା ଟ୍ରେନରେ ଚଢିବା ବେଳକୁ ଟ୍ରେନଟି ପ୍ଲାଟଫର୍ମରୁ ଛାଡିବାକୁ ଆରମ୍ଭ କରିଥିଲା, ଏହି ସମୟରେ ମହିଳା ଦୌଡି ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଘୋଡ ଖସିଯାଇଥିଲା । ରେଳଧାରଣା ତଳକୁ ଖସିବାକୁ ଯାଉଥିବା ବେଳେ, ସେଠାରେ ଡ୍ୟୁଟି କରୁଥିବା ଆରପିଏଫ ଏଏସଆଇ ଜେକେ ଆଚାର୍ଯ୍ୟ ଓ ଏମ ୱାଇ ରାଓ ଦୌଡି ଯାଇ ମହିଳାକୁ ଧରି ଟାଣି ଆଣିଥିଲେ । ସେମାନେ ତାଙ୍କର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ମହିଳାଙ୍କ ପାଇଁ ଦେବ୍‌ୂତ ସାଜି ଜୀବନ ବଞ୍ଚାଇଥିଲେ ।

ପରବର୍ତ୍ତୀ ସମୟରେ ଟ୍ରେନକୁ ଅଟକାଇଥିଲେ ଏବଂ ମହିଳା ଜଣଙ୍କ ଟ୍ରେନକୁ ଚଢିଥିଲେ । ଏହି ଘଟଣାର ଦୃଶ୍ୟ CCTV ଫୁଟେଜରେ କଏଦ ହୋଇଛି ।

Get real time updates directly on you device, subscribe now.