fbpx

Video : ହସ୍ପିଟାଲ ବେସମେଟରେ ଲାଗିଲା ନିଆଁ, ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଗଲା ୧୦୦ ରୋଗିଙ୍କୁ

ଗୁଜୁରାଟ : ଅହମଦାବାଦର ଏକ ଛୋଟ ହସ୍ପିଟାଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ହସ୍ପିଟାଲର ବେସମେଟରେ ଅଜାଣତରେ ନିଆଁ ଲାଗିବା କାରଣରୁ ୧୦୦ ରୋଗୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଗଲା । ବର୍ତ୍ତମାନ ନିଆଁ ଉପରେ କାବୁ କରାଯାଇଛି । ଘଟଣାସ୍ଥଳରେ ୨୦-୨୫ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ଅଛନ୍ତି । ନିଆଁ ଲାଗିବାର କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁସାରେ, ଅହମଦାବାଦର ସାହିବାଗ ଅଞ୍ଚଳର ରାଜସ୍ଥାନ ହସ୍ପିଟାଲର ବେସମେଟରେ ନିଆଁ ଲାଗିଥିଲା । ହସ୍ପିଟାଲର ବେସମେଟରେ ପ୍ରାୟ ୪.୩୦ ସମୟରେ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ବେସମେଟରେ ଧୂଆଁ ଭର୍ତ୍ତୀ ହୋଇଥିଲା । ତୁରନ୍ତ ହସ୍ପିଟାଲରୁ ୧୦୦ ରୋଗିଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଗଲା । କୁହାଯାଉଛି ଯେ, ନିଆଁ ଲାଗିବାର କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୨୦-୨୫ ଅଗ୍ନିଶମ କର୍ମୀମାନେ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ନିଆଁକୁ ନିୟନ୍ତ୍ରଣ କରିଦେଇଛନ୍ତି ।

Get real time updates directly on you device, subscribe now.