fbpx

ଆସୁଛି ପ୍ରବଳ ବର୍ଷା: ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାକୁ ଚେତାବନୀ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ମୌସୂମୀ ଜନିତ ଲଗାଣ ବର୍ଷା ଜାରି ରହିଛି । ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହା ମଧ୍ୟରେ ସାରା ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାସହିତ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି ।

ଆଜି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ବଲପୁର, ନୟାଗଡ଼, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଏହି ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଜୁଲାଇ ୩୧ ଏବଂ ଅଗଷ୍ଟ ୧ ତାରିଖ ପାଇଁ ୫ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ଏହି ତାଲିକାରେ ରହିଛନ୍ତି ପୁରୀ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁର ଜିଲ୍ଲା । ଏହାପରେ ଅଗଷ୍ଟ ୧ ଏବଂ ୨ ତାରିଖରେ ୯ଟି ଜିଲ୍ଲାରେ ପାଣିପାଗ ବିଭାଗର ଅରେଞ୍ଜ ଆଲର୍ଟ ନୋଟିସ ଜାରି ହୋଇଛି । ଏହି ଦୁଇ ଦିନରେ ପୁରୀ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଅଗଷ୍ଟ ୨-୩ ତାରିଖରେ ୬ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।

Get real time updates directly on you device, subscribe now.