fbpx

ଖୁସି ଖବର! କାଲିଠୁ ଖୋଲିବ ଭୁବନେଶ୍ୱରର ମାର୍କେଟ ବିଲଡିଂ

ଭୁବନେଶ୍ୱର : ଅନେକ ଦିନ ଧରି ବନ୍ଦ ଥିବା ରାଜଧାନୀର ମାର୍କେଟ ବିଲଡିଂ ଆସନ୍ତା କାଲି ଖୋଲିବ । ଏନେଇ ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ । ସ୍ଥାୟୀ ବ୍ୟବସାୟୀ ଏବଂ ଉଠା ଦୋକାନୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ୧୬ ଦିନ ହେବ ବନ୍ଦ ଥିଲା ରାଜଧାନୀର ଏହି ପ୍ରମୁଖ ବାଣିଜ୍ୟକ ପେଣ୍ଠସ୍ଥଳ ।

ସୂଚନା ଅନୁସାରେ, ସେଣ୍ଟ୍ରାଲ ମାର୍କେଟ ବିଲଡିଂର ୧୧ ଜଣିଆ ପ୍ରତିନିଧି ଦଳ ଆଜି ପୁଣି ବିଏମସି କମିଶନରକୁ ଭେଟିବେ । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଦିନ ଠାରୁ ମାର୍କେଟ ବିଲଡିଂ ଖୋଲିବ ବୋଲି କୁହାଯାଇଛି । ନଚେତ ଲିଖିତ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ମାର୍କେଟ ବିଲଡିଂ ଖୋଲିବ ନାହିଁ ବୋଲି ସ୍ଥାୟୀ ବାଣିଜ୍ୟ ସଂଘ ଚେତାବନୀ ଦେଇଛନ୍ତି ।

ଉଠା ଦୋକାନୀଙ୍କୁ ମାର୍କେଟ ବିଲଡିଂରୁ ହାଟାଇବାର ଜିଦରେ ଅଛନ୍ତି ସ୍ଥାୟୀ ବ୍ୟବସାୟୀ, ଅନ୍ୟପଟେ ଥଇଥାନ ନଦେବା ପର୍ଯ୍ୟନ୍ତ ସେମାନଙ୍କୁ ହଟାଯାଇ ପାରିବନି ବୋଲି କହୁଛନ୍ତି ଉଠା ଦୋକାନୀ । ଏନେଇ ବିଏମସି ଉଠା ଦୋକାନୀଙ୍କ ପାଇଁ ୪ଟି ସ୍ଥାନ ବାଛିଥିବାର ସୂଚନା ମିଳିଛି ।

Get real time updates directly on you device, subscribe now.