fbpx

ନା ପେଟ୍ରୋଲର ଚିନ୍ତା, ନା ବ୍ୟାଟେରୀ ଚାର୍ଜର : ଆସୁଛି ନୂଆ ଟେକ୍ନୋଲିଜିର ସ୍କଟର

ନୂଆଦିଲ୍ଲୀ :  ବର୍ତ୍ତମାନ ସାରା ଦେଶରେ ଇ-ସ୍କଟି ବା ଚାର୍ଜିଂ ଗାଡିର ବଜାରରେ ବହୁତ ଲାଭ ରହିଛି । ଗତ କିଛି ମାସରେ ଇଲେକ୍ଟ୍ରୋନିକ ସ୍କୁଟିର ଚାହିଦା ବଢିବାରେ ଲାଗିଛି । କିନ୍ତୁ ଏଥିରେ ଚାର୍ଜିଂର ଅସୁବିଧା ରହିଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ବାଜାଜ ଏବେ ନୂଆ ସ୍କୁଟି ଆଣିବା ପାଇଁ ଯୋଜନା କରୁଛି । ବର୍ତ୍ତମାନ କମ୍ପାନୀ ଏବେ ଏକ ପ୍ରିନିୟମ ଇଲେକ୍ଟ୍ରିକ ୠ ୭ ସ୍କୁଟି ଉପରେ କାମ କରୁଛି । ଯାହାକି ସ୍ୱିପେବଲ ବ୍ୟାଟେରୀ ସହ ଲଞ୍ଚ କରିବ ।
ସୂଚନା ଅନୁସାରେ, ବର୍ତ୍ତମାନ ବଜାରରେ କମ୍ପାନୀର କେବଳ ଗୋଟିଏ ମଡେଲର ହିଁ ସ୍କୁଟି ଅଛି । ବଜାଜ ଚେତକ ଇଲେକ୍ଟ୍ରିକ । ଏହାପରେ ସ୍ୱିପାବଲ ବ୍ୟାଟେରୀ ସହିତ ନୂତନ ଇ-ସ୍କୁଟର ମଧ୍ୟ ଚେତକ ଇଲେକ୍ଟ୍ରିକ ବାଇକର ଏକ ଭାରିଆଣ୍ଟ ହେବ । ବଜାରରେ ଚାର୍ଜିଂ ଷ୍ଟେସନକୁ ଗ୍ରହଣ କରି ଏହି ପଦକ୍ଷେପ ନିଆଯିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଯାହା ଦ୍ୱାରା ଉପଭୋକ୍ତା ବ୍ୟାଟେରୀ ସ୍ୱାପ କରି ନିଜର ଯାତ୍ରା ଜାରି ରଖିପାରିବେ । ଏଥିରେ ବ୍ୟାଟେରୀ ଚାର୍ଜିଂର ସମସ୍ୟା ରହିବନି ।
ଅପ୍ରେଲରେ ବଜାଜ ଅଟୋ ବିକ୍ରି ୭% ବୃଦ୍ଧି ହୋଇ ୩୩୧,୨୭୮ ୟୁନିଟରେ ପହଞ୍ଚିଛି । କମ୍ପାନୀ ଅପ୍ରେଲ ୨୦୨୨ ରେ ୩୧୦,୭୭୪ ୟୁନିଟ୍ ବିକ୍ରି କରିଥିଲା । କମ୍ପାନୀ କହିଛି ଯେ ଏହାର ଦୁଇ ଚକିଆ ବିକ୍ରି ଅପ୍ରେଲରେ ୨% ବୃଦ୍ଧି ହୋଇ ୨୮୭,୯୮୫ ୟୁନିଟ୍ ରେ ପହଞ୍ଚିଛି ଯାହା ଏକ ବର୍ଷ ପୂର୍ବେ ସମାନ ମାସରେ ୨୮୧,୭୧୧ ୟୁନିଟ୍ ଥିଲା । ଘରୋଇ ବଜାରରେ କମ୍ପାନୀର ଟୁ ହ୍ୱିଲର ବିକ୍ରୟ ୯୫% ବୃଦ୍ଧି ପାଇ ୧୮୧,୮୨୮ ୟୁନିଟରେ ପହଞ୍ଚିଛି ଯାହା ଏକ ବର୍ଷ ପୂର୍ବେ ସମାନ ମାସରେ ୯୩,୨୩୩ ୟୁନିଟ୍ ଥିଲା । ତେବେ କମ୍ପାନୀର ଦୁଇ ଚକିଆ ରପ୍ତାନି ୪୪% ହ୍ରାସ ହୋଇ ୧୦୬,୧୫୭ ୟୁନିଟ୍ ହୋଇଛି ।
ବଜାଜ ଚେତକରେ ୩ kWh ଲିଥିୟମ-ଆୟନ ବ୍ୟାଟେରୀ ଲାଗିଛି । ଯାହାକି ୩.୮ କିଲୋୱାଟ ବୈଦ୍ୟୁତିକ ମୋଟର ସହିତ ସଂଯୋଗ ହୋଇଛି । ଏହା ୫.୫ PS ର ସର୍ବାଧିକ ଶକ୍ତି ଉତ୍ପାଦନ କରେ । ଏହା ଇକୋନୋମି ମୋଡ୍ ରେ ସର୍ବାଧିକ ୯୫ କିଲୋମିଟର ଏବଂ ସ୍ପୋର୍ଟ୍ସ ମୋଡ୍ ରେ ୮୫ କିଲୋମିଟର ମାଇଲେଜ୍ ଦେଇଥାଏ । ୫ Amp ଆଉଟଲେଟ୍ ମାଧ୍ୟମରେ ବ୍ୟାଟେରୀକୁ ୧୦୦% ଚାର୍ଜ କରିବ ekg ପ୍ରାୟ ୫ ଘଣ୍ଟା ଲାଗେ ।

 

Get real time updates directly on you device, subscribe now.