fbpx

ସନ୍ଧ୍ୟା ଆକାଶରେ ଦର୍ଶନ ଦେଲେ ପ୍ରଭୁ ଶିବଶଙ୍କର! ବାବାଙ୍କ ଆବିର୍ଭାବ ପରେ ନିର୍ଦ୍ଧୁମ ବର୍ଷା

ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ କାଉଡ଼ିଆଙ୍କ ସୁଅ ଛୁଟିଛି । ଯୋଜନ ଯୋଜନ ଦୂର ଅତିକ୍ରମ କରି ଶିବଲିଙ୍ଗରେ ପାଣି ଢାଳିବା ସହ ପାପକ୍ଷୟ କରୁଛନ୍ତି ଭକ୍ତ । ବିଭିନ୍ନ ଶୈବ ମନ୍ଦିରରେ ଭକ୍ତମାନେ ପବିତ୍ର ପାଣି କାନ୍ଧରେ ଧରି ମହାଦେବଙ୍କୁ ଅର୍ପଣ କରିବା ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଆଜି ମେଘୁଆ ଆକାଶରେ ଭୋଳାବାବାଙ୍କ ଦର୍ଶନ ମିଳିଛି । ଭୁବନେଶ୍ୱରର ଆକାଶରେ ପ୍ରିୟ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଆବିର୍ଭାବ ହୋଇଛନ୍ତି ସ୍ୱୟଂ ଦେବ ଦେବ ମହାଦେବ । ତେବେ ଏହାପରେ ସାରା ଭୁବନେଶ୍ୱରରେ ମୂସଳଧାରା ବର୍ଷା ହୋଇଛି ।

ସୋମବାର ସନ୍ଧ୍ୟାରେ ପ୍ରବଳରୁ ପ୍ରବଳ ବର୍ଷା ରାଜଧାନୀ ଭୁବନେଶ୍ୱରକୁ ବେହାଲ କରିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ ହୋଇଯାଇଛି । କିନ୍ତୁ ଏହି ମୂସଳଧାରା ବର୍ଷାର କିଛି କ୍ଷଣ ପୂର୍ବରୁ ହଠାତ୍ ଅନ୍ଧାର ହୋଇ ଯାଇଥିଲା ଆକାଶ । ଏହି ସମୟରେ ମେଘାଛନ୍ନ ଆକାଶରେ ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି । ମେଘୁଆ ଆକାଶରେ ଆବିର୍ଭାବ ହୋଇଛନ୍ତି ଭୋଳାନାଥ । ନିଜ ଭକ୍ତଙ୍କ ଡାକ ଶୁଣି ସେମାନଙ୍କୁ ଦର୍ଶନ ଦେବା ପାଇଁ ଆକାଶରେ ଦର୍ଶନ ଦେଇଛନ୍ତି ଦେବ ଦେବ ମହାଦେବ । ତେବେ ଏହି ବର୍ଷାର କିଛି କ୍ଷଣ ପୂର୍ବରୁ ‘ଶିବଲିଙ୍ଗ’ ଆକୃତିର ଏକ ଅଲୌକିକ ଚିତ୍ରଣ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଭାବ ବିଭୋର କରି ଦେଇଛି । ଶ୍ରାବଣ ମାସର ସୋମବାର ସନ୍ଧ୍ୟାରେ ଏଭଳି ଦୃଶ୍ୟ ଦେଖି ପ୍ରଭୂ ଲିଙ୍ଗରାଜଙ୍କୁ ହାତ ଯୋଡ଼ି ଦେଇଛନ୍ତି । ବିଶ୍ୱାସ କରାଯାଉଛି କଳିଯୁଗରେ ପ୍ରଭୂ ନିଜ ଭକ୍ତଙ୍କ ଡାକ ଶୁଣି ସେମାନଙ୍କ ମନୋସ୍କାମନା ପୂରଣ କରିବା ପାଇଁ ଆକାଶରେ ସ୍ୱୟଂ ଆବିର୍ଭାବ ହୋଇଛନ୍ତି ।

ତେବେ ଆକାଶରେ ମେଘୁଆ ବାଦଲ ଏଭଳି ଏକ ରୂପ ନେଇଥିଲା । ‘ଶିବଲିଙ୍ଗ’ ଆକୃତିର ଏକ ବାଦଲ ଆକାଶରେ ଦେଖାଯିବା ପରେ ଭକ୍ତମାନେ ‘ହର ହର ମହାଦେବ’ କହି ନତମସ୍ତକ ହୋଇଯାଇଛନ୍ତି । ଯୋଡ଼ା ଶ୍ରାବଣ ମାସ ଏବଂ ବାବାଙ୍କ ପ୍ରିୟ ବାର ସୋମବାରରେ ଏଭଳି ଏକ ଦୃଶ୍ୟ କେବଳ ବାବା ଭୋଳାନାଥଙ୍କ ଅପୂର୍ବ ଲୀଳା ବୋଲି ବିଶ୍ୱାସ କରିଛନ୍ତି ଓଡ଼ିଶାବାସୀ । ତେବେ ଆକାଶରେ ଦୃଶ୍ୟମାନ ହେଉଥିବା ଏହି ଅପୂର୍ବ ‘ଶିବଲିଙ୍ଗ’ ଆକୃତିର ବାଦଲ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି ।

Get real time updates directly on you device, subscribe now.