fbpx

Video: ଆରପିଏଫ୍‌ ସୁରକ୍ଷାକର୍ମୀ ଗୁଳିମାଡ଼ ଘଟଣାରେ ନୂଆମୋଡ଼, ସାମ୍ପ୍ରଦାୟିକ ବିତର୍କରୁ ଗୁଳିକାଣ୍ଡ ହୋଇଥିବା ସୂଚନା

ନୂଆଦିଲ୍ଲୀ: ”ଯଦି ଭାରତରେ ରହିବାକୁ ଚାହୁଁଛ ତେବେ ମୋଦୀ ଆଉ ଯୋଗୀ’ଙ୍କୁ ମାନି ନିଅ”। ସୋମବାର ସକାଳୁ ସକାଳୁ ଜୟପୁର-ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ରେ ଗର୍ଜନ କରିଥିଲା ରେଲୱେ ପ୍ରୋଟେକସନ୍ ଫୋର୍ସ(ଆରପିଏଫ୍‌) ସୁରକ୍ଷାକର୍ମୀଙ୍କ ସ୍ୱୟଂଚାଳିତ ଆସଲ୍ଟ ରାଇଫଲ୍ । ଯବାନ ଜଣକ ତାଙ୍କର ଉପରିସ୍ତ ଅଧିକାରିଙ୍କ ସମେତ ୩ ଜଣ ସାଧାରଣ ନାଗରିକଙ୍କୁ ମଧ୍ୟ ଗୁଳିମାରି ହତ୍ୟା କରିଥିଲେ । ସେମାନଙ୍କର ଜୀବନ ନେବା ପରେ ଅଭିଯୁକ୍ତ ଚେତନ ସିଂଙ୍କର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ସେ କହୁଥିବାର ଦେଖିବାକୁ ମିଳୁଛି ଯେ, ଯଦି ହିନ୍ଦୁସ୍ତାନରେ ରହିବାକୁ ଚାହୁଁଛ, ତେବେ ମୋଦୀ ଆଉ ଯୋଗି’ଙ୍କୁ ମାନିନିଅ ।

ଯବାନ ଜଣକ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ ଯେଉଁଥିରେ ତାଙ୍କର ଉପରିସ୍ତ ଅଧିକାରୀ ସବ୍‌-ଇନସ୍ପେକ୍ଟର(ଏଏସ୍‌ଆଇ) ତିଲକରାମ ମୀନା ଏବଂ ତିନି ସାଧାରଣ ଯାତ୍ରୀ ଅବଦୁଲ କାଦିର, ଅଶଗର କାଇ ଓ ଆଉ ଜଣେ ବ୍ୟକ୍ତି ଯାହାଙ୍କର ପରିଚୟ ମିଳିପାରି ନାହିଁ । ଘଟଣା ପରେ ଚେତନ ସିଂଙ୍କୁ ରେଲବେ ପୋଲିସ ହେପାଜତକୁ ନେଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି । ୪ ଜଣଙ୍କୁ ଗୁଳିମାରି ହତ୍ୟା କରିବା ପରେ ଚେତନ ଟ୍ରେନ୍ ଚେନ୍ ଟାଣି ଘଟଣା ଖସି ପଳାଇଥିଲେ, କିନ୍ତୁ ପରେ ଭୟାନ୍ଦର ପୋଲିସ ଷ୍ଟେସନ୍ ନିକଟରେ ଆତ୍ମସମର୍ପଣ କରିଥିଲେ । ମୁମ୍ବାଇର ପଶ୍ଚିମ ରେଳବାଇର ଏକ ସୂତ୍ର ଇଣ୍ଡିଆନ ଏକ୍ସପ୍ରେସକୁ ମିଳିଛି ଯେ, ସାମ୍ପ୍ରଦାୟିକ ଆଲୋଚନାକୁ ନେଇ ବିତର୍କ ବଢିବା ଗୁଳି ବିନିମୟ ମୋଡ଼ ନେଇଥିଲା ।

ଅଧିକାରିଙ୍କ ସୂଚନା ମୁତାବକ ଏହି ଘଟଣା ଭୋର ୫ଟା ସମୟରେ ଘଟିଥିଲା । ଯେତେବେଳେ ଟ୍ରେନ୍ ବବୈତରଣ ଷ୍ଟେସନ୍ ନିକଟରେ ପହଞ୍ଚିଥିଲା ଏବଂ ମୁମ୍ବାଇ ଷ୍ଟେସନ୍‌ଠାରୁ ପ୍ରାୟ ୨ ଘଣ୍ଟା ଦୁରରେ ଥିଲା । ତେବେ ଏହି ଘଟଣାରେ ଦକ୍ଷିଣ ରେଲୱେର ଆଇଜି ତଥଅ ପ୍ରନ୍ସିପାଲ ସେକ୍ରେଟାରୀ କମିଶନର ପିସି ସିହ୍ନା ସୂଚନା ଦେଇଛନ୍ତି ଯେ, କନଷ୍ଟେବଳ ଚେତନ ସିଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ । ସେ ପ୍ରଥମେ ତାଙ୍କର ଉପରିସ୍ତ ଅଧିକରୀଙ୍କୁ ଗୁଳୀ କରିଥିଲେ ପରେ ଯେଉଁମାନେ ତାଙ୍କ ସାମ୍ନାରେ ଆସିଥିଲେ ତାଙ୍କୁ ସେ ଗୁଳି କରିଥିଲେ । ସେ ନିକଟରେ ଛୁଟିରୁ ଫେରିଥିଲେ ।

Get real time updates directly on you device, subscribe now.