fbpx

Big Breaking; ଡମଣା ଛକରେ ଭୟଙ୍କର ସିରିଜ ଦୁର୍ଘଟଣା: ୪ଟି କାର-ବାଇକ ମଧ୍ୟରେ ଧକ୍କା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସଡ଼କ ଦୁର୍ଘଟଣା ମାମଲା ବୃଦ୍ଧି ପାଇଚାଲିଛି । ଏହାସହିତ ଗତ ୩ ଦିନରୁ ଲଗାଣ ବର୍ଷା ଯୋଗୁଁ ଦୁର୍ଘଟଣାର ସମ୍ଭାବନା ଆହୁରି ବୃଦ୍ଧି ପାଇଥିବା ଦେଖାଯାଇଛି । ତେବେ ଆଜି ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଡମଣା ଛକରେ ଘଟିଯାଇଛି ଏକ ସିରିଜ ଦୁର୍ଘଟଣା । ଏକାସାଙ୍ଗରେ ୪ଟି କାରଏବଂ ଗୋଟିଏ ବାଇକ ମଧ୍ୟରେ ଏହି ଦୁର୍ଘଟଣା ଘଟିଯାଇଥିବା ଦେଖିବାକୁ ମିଳିଛି । ସମସ୍ତ ଗାଡ଼ି ଭାରସାମ୍ୟ ହରାଇ ପଛକୁ ପଛ ଧକ୍କା ଦେଇଛନ୍ତି । ତେବେ ଏହି ଦୁର୍ଘଟଣାରେ ବାଇଟି ୨ଟି କାର ମଝିରେ ରହି ଫସିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଚାଳକ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯାଇଛି ।

Get real time updates directly on you device, subscribe now.