ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରେ ଖେଳାଯିବ ଏସିଆ କପ୍-୨୦୨୩ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଟିମ ଇଣ୍ଡିଆ ନିଜକୁ ପ୍ରସ୍ତୁତ କରି ସାରିଛି । ତେବେ ଆଉ ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ମାସେ ବାକି ଥିବା ବେଳେ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଭାରତର ଦୁଇ ଷ୍ଟାର ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି । ଆହତ ଜନିତ ସମସ୍ୟାରୁ ବାହାରି ପାରି ନଥିବା ବେଳେ ଉଭୟ ଖେଳାଳି ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରନ୍ତି । କିଛି ଦିନ ତଳେ ଏମାନଙ୍କ କମବ୍ୟାକକୁ ନେଇ ଆଶା ପ୍ରକଟ କରାଯାଇଥିବା ବେଳେ ଏବେ ସେ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି ।
ସୂଚନା ଅନୁସାରେ, ରୋହିତ ସେନାର ସେନାପତି କୁହାଯାଉଥିବା କେ.ଏଲ ରାହୁଲ ଏବଂ ଷ୍ଟାର ବ୍ୟାଟର ଶ୍ରେୟସ ଆୟର ଏସିଆ କପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରନ୍ତି । ୱକେଟ କିପର ବ୍ୟାଟ୍ସମ୍ୟାନ ରାହୁଲ ଏବଂ ଶ୍ରେୟସଙ୍କ କମବ୍ୟାକକୁ ନେଇ ଆଶଙ୍କା ଦେଖାଦେଇଛି । ଆହତ ସମସ୍ୟା ଯୋଗୁଁ ଦୀର୍ଘ ଦିନ ଧରୁ ଦଳରୁ ବାଦ୍ ପଡ଼ିଥିବା ଏହି ଦୁଇ ଖେଳାଳି କିଛି ଦିନ ତଳେ ଏସିଆ କପରୁ କମବ୍ୟାକ କରିବା ନେଇ ଆଶା ଦେକା ଦେଇଥିଲା । ଗତକାଲି ମଧ୍ୟ ରାହୁଲଙ୍କର ଏକ ଫଟୋ ଦେଖିବାକୁ ମିଳିଛି । ଏଥିରେ ସେ ନିଜକୁ ୱିକେଟ କିପିଙ୍ଗ ପାଇଁ ପ୍ରସ୍ତୁତ କରୁଥିବା ଦେଖାଯାଇଛି । ତେବେ ଏହାପରେ ମଧ୍ୟ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନଥିବାରୁ ସେମାନେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ସ୍ଥାନ ହରାଇ ପାରନ୍ତି । ପୁଣିଥରେ ଦଳକୁ କମବ୍ୟାକ କରିବା ପାଇଁ ଉଭୟଙ୍କୁ ଆଉ କିଛି ସମୟ ଲାଗିପରେ ।
ତେବେ ଉଭୟ ଖେଳାଳି ନିଜକୁ ଯଥାଶୀଘ୍ର ଫିଟ କରିବା ପାଇଁ ପ୍ରସ୍ତୁତ କରୁଛନ୍ତି । ଆହତ ସମସ୍ୟା ପରେ ମଧ୍ୟ କଠିନ କରିଶ୍ରମ କରି ଦଳକୁ ଫେରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ରାହୁଲ ଏବଂ ଶ୍ରେୟସ । ତେବେ ଏସିଆ କପ୍ ପାଇଁ ଭାରତୀୟ ଦଳ ଆସନ୍ତା ଅଗଷ୍ଟ ୩୦ ତାରିଖରେ ଘୋଷଣା କରାଯିବ । ତେଣୁ ଏହାପୂର୍ବରୁ ସେମାନେ ନିଜକୁ ସୁସ୍ଥ ବୋଲି ପ୍ରମାଣ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଶ୍ରେୟସ ଆୟର ଆହତ ହୋଇଥିବା ବେଳେ ଆଇପିଏଲ ସମୟରେ ଆହତ ହୋଇଥିଲେ କେ.ଏଲ ରାହୁଲ । ତେବେ ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ସୁଦ୍ଧା ରାହୁଲ ଏବଂ ଶ୍ରେୟସ ଭାରତୀୟ ଦଳକୁ ଫେରି ପାରନ୍ତିି ବୋଲି ଆଶା କରାଯାଉଛି ।