fbpx
BJD SKY
BJD SKY

ପୂର୍ବ ଅଫିସର ଝିଅ କହି ଅଧିକାରୀଙ୍କ ଠାରୁ ମ୍ୟାଜିକ୍ କଲ୍ ଆପ୍ ମାଧ୍ୟମରେ ଠକିନେଲେ ୪୮ ଲକ୍ଷ, ଆପଣ ବି ରୁହନ୍ତୁ ସାବଧାନ

BJD

ନୂଆଦିଲ୍ଲୀ:ସାଇବର ଠକେଇର ନୂଆ ନୂଆ ଓ ବିଚିତ୍ର ମାମଲା ଏବେ ସାମ୍ନାକୁ ଆସିବାରେ ଲାଗିଛି । ଗରୀବଙ୍କ ଠାରୁ ଆରମ୍ଭ କରି ଧନୀ କିମ୍ବା ଶିକ୍ଷିତଙ୍କ ଠାରୁ ଆରମ୍ଭ କରି ଅର୍ଦ୍ଧଶିକ୍ଷିତଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହେଉଛନ୍ତି । ଏବେ ଠକେଇର ପୁଣି ଏକ ନୂଆ ମାମଲା ସାମ୍ନାକୁ ଆସିିଛି । ଏହି ମାମଲାରେ ଗୃହ ମନ୍ତ୍ରଣାଳୟରୁ ଅବସର ନେଇଥିବା ଜଣେ ଅଧିକାରୀଙ୍କ ଠାରୁ ସାଇବର ଠକମାନେ ୪୮ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଫ୍ରଡ କରିଥିବା ଏହି ଠକମାନେ ଏକ ମେଜିକ ଆପ୍ ର ଉପଯୋଗ କରିଛନ୍ତି । ସାଇବର ଠକମାନେ ଜଣେ ନକଲି ଯୁବତୀଙ୍କ କଣ୍ଠସ୍ୱରର ଉପଯୋଗ କରି ଏତେ ମାତ୍ରାରେ ରାଶି ଠକି ନେଇଯାଇଛନ୍ତି ।

ପ୍ରକୃତରେ ଅଭିଯୁକ୍ତମାନେ ଯୁବତୀଙ୍କ କଣ୍ଠସ୍ୱର ନକଲ କରି ଅଧିକାରୀଙ୍କୁ ତାଙ୍କ ବ୍ୟାଚମେଟଙ୍କ କନ୍ୟା ବୋଲି କହିଛନ୍ତି ଓ ସହାୟତା ମାଗିବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି । ସାଉଥ ଦିଲ୍ଲୀର ସାଇବର ସେଲ୍ ଏହି ମାମଲାରେ ଯାଞ୍ଚ କରି ଘଟଣାର ପର୍ଦ୍ଦାଫାଶ କରିଛି ଓ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁମନ କୁମାର ହୋଇଥିବା ବେଳେ ତାଙ୍କ ସହିତ ରହିଥିବା ଅନ୍ୟ ଅଭିଯୁକ୍ତ ହେଉଛନ୍ତି ଆଶୀଷ କୁମାର, ବିବେକ କୁମାର, ଅଭିଷେକ କୁମାର ଓ ଜଣେ ନାବାଳକ । ଏହା ପୂର୍ବରୁ ସୁମନ ଡାବର କମ୍ପାନୀର ନିର୍ଦ୍ଦେଶକଙ୍କ ଠାରୁ ମଧ୍ୟ ୧୧ କୋଟି ଟଙ୍କା ଠକି ନେଇଥିଲେ ।

ମାଲବ୍ୟ ନଗରରେ ରହୁଥିବା ଗୃହ ମନ୍ତ୍ରଣାଳୟର ଅବସରପ୍ରାପ୍ତ ଅଧିକାରୀ ଦେବେନ୍ଦ୍ର କୁମାର ଠାକୁର ସାଇବର ଥାନା ଅଧିକାରୀ ଅରୁଣ ବର୍ମାଙ୍କ ନିକଟରେ ଏହି ଠକେଇ ନେଇ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ କହିଥିଲେ ଯେ, ତାଙ୍କ ପାଖକକୁ ଆରୋହୀ ଝା ନାମକ ଯୁବତୀଙ୍କ କଲ୍ ଆସିଥିଲା ଓ ସେ ନିଜକୁ ତାଙ୍କର ଜଣେ ବ୍ୟାଚମେଟଙ୍କ ଝିଅ ବୋଲି ପରିଚୟ ଦେଇଥିଲେ ।
ଅଧିକାରୀଙ୍କୁ ଜାଲରେ ଫଶାଇବା ପାଇଁ ଯୁବତୀ ଜଣକ କହିଥିଲେ ଯେ, ତାଙ୍କ ମା’ ବିହାରରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ତାଙ୍କ ମା’ଙ୍କ ଚିକିତ୍ସା ଲାଗି ତାଙ୍କୁ ଟଙ୍କା ମାଗିଥିଲେ । ଏହାପରେ ସେ କିଛି ନା କିଛି ବାହାନାରେ ସଂପୃକ୍ତ ଅଧିକାରୀଙ୍କୁ ପଇସା ମାଗିଥାନ୍ତି । ସୁମନ ମହିଳାଙ୍କୁ ଟେଲିକଲର ପୋଷ୍ଟରେ ରଖିଥିଲେ । ଯେତେବେଳେ ମହିଳା ଜାଣି ପାରିଥିଲେ ଯେ, ସୁମନ ଏପରି ଠକେଇ କରୁଛନ୍ତି ସେତେବେଳେ ସେ ତାଙ୍କ ସହ ସାମିଲ ହୋଇଯାଇଥିଲେ ।
କ’ଣ ଏହି ମ୍ୟାଜିକ୍ କଲ୍ ଆପ୍?
ଏହି ଆପ୍ ୟୁଜର୍ସଙ୍କୁ ଅଲଗା ଅଲଗା କଣ୍ଠସ୍ୱରରେ କଥା ହେବା ପାଇଁ ସୁବିଧା ଦେଇଥାଏ । ଏହା ସହିତ ଏକ ଅନ୍ୟ ବ୍ୟାକଗ୍ରାଉଣ୍ଡ କଲର ଉପଯୋଗ ବି କରାଯାଇଥାଏ । ଏହି ପ୍ରକାର ଆପ୍ ମାଧ୍ୟମରେ ଠକମାନେ ବେଶ୍ ସହଜରେ ଲୋକମାନଙ୍କୁ ଜାଲରେ ଫଶାଇଥାନ୍ତି ।

 

Get real time updates directly on you device, subscribe now.