fbpx

ଚାଷୀଙ୍କ ପାଇଁ ଖୁସିଖବର! PM Kisan Yojna ସହ ମାସିକ ୩୦୦୦ ଟଙ୍କା ଉପହାର ଦେଉଛନ୍ତି ସରକାର

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି । ତେବେ ଏହି ସମୁ ଯୋଜନା ମଧ୍ୟରେ ପିଏମ କିସାନ ସମ୍ମାନ ନିଧି ଯୋଜନା ବେଶ୍ ସହାୟକ ପାଲଟିଛି । ଏହି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ମୋଦୀ ଡିବିଟି ଜରିଆରେ ୮ କୋଟି କୃଷକଙ୍କ ଆକାଉଣ୍ଟକୁ ଯୋଜନାର ୧୪ତମ କିସ୍ତି ଟ୍ରାନ୍ସଫର କରିଛନ୍ତି । ତେବେ ଏହି ଯୋଜନା ପରେ ମଧ୍ୟ ଚାଷୀମାନେ ୩୦୦୦ ଟଙ୍କାର ଉପହାର ପାଇପାରିବେ । ଖୁବଶୀଘ୍ର ଏହି ଟଭ୍କା ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ ବୋଲି ଜାଣିବାକୁ ମିଳିଛି ।

ପିଏମ କିସାନ ଯୋଜନା ସହିତ ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନାର ମଧ୍ୟ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ମଧ୍ୟ କୃଷକମାନଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପିଏମ ମାନଧନ ଯୋଜନା ଅନୁସାରେ କୃଷକମାନଙ୍କ ଆକାଉଣ୍ଟକୁ ପ୍ରତି ମାସ ପେନସନ ଆକାରରେ ୩୦୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯିବ । ତେବେ ଏହାର ପ୍ରିମିୟମ ସ୍ୱରୂପ ପିଏମ କିସାନ ଯୋଜନା ଟଙ୍କାରୁ ଏହି ରାଶି କାଟି ରଖି ଦିଆଯିବ । ତେବେ ଏଥିପାଇଁ ଆଉ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ପଡ଼ିବ । ତେବେ ଏହି ଯୋଜନା ପାଇଁ ଚାଷୀମାନଙ୍କୁ ମାସିକ ୫୫ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଇନଭେଷ୍ଟ କରିପାରିବେ ।

ଯୋଜନା ଅନୁସାରେ, ରେଜିଷ୍ଟ୍ରେସନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବୟସ ୬୦ ଛୁଇଁବା ପରେ ଏହି ଯୋଜନା ପାଇଁ ସେ ଆବେଦନ କରିପାରିବେ । ଏହାପରେ ହିଁ ସେହି ଚାଷୀଙ୍କ ଆକାଉଣ୍ଟରେ ୩୦୦୦ ଟଙ୍କା ପେନସନ ଆକାରରେ ପ୍ରଦାନ କରାଯିବ । ତେବେ ୧୮ ବର୍ଷରୁ ୪୦ ବର୍ଷ ବୟସ ମଧ୍ୟ ଯେ କେହି ବ୍ୟକ୍ତି ଏଥିରେ ଆବେଦନ କରିପାରିବେ । ଦେଶର ପୟସ୍କ କୃଷକମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସରକାର ଏହି ଯୋଜନା ଚଳାଇଛନ୍ତି ।

Get real time updates directly on you device, subscribe now.