fbpx

ପେଡ୍ ଉପଭୋକ୍ତାଙ୍କ ପାଇଁ ଏଲୋନ ମସ୍କ ଦେଲେ ଏହି ବିଶେଷ ସୁବିଧା! ଏଭଳି ଅପସରଣ କରିପାରିବେ ବ୍ଲୁ ଟିକ

ନୂଆଦିଲ୍ଲୀ : ଏଲୋନ ମସ୍କ ଏବେ ପୁଣେର ପଞ୍ଚସିଲ ବିଜନେସ ପାର୍କରେ ଇଣ୍ଡିଆ ମୋଟର ଆଢଣ୍ଡ ଏନର୍ଜି ପିଭି ଲିମିଟେଡ ପାଇଁ ଏକ ଅଫିସ ଭଡାକୁ ନେଇଛନ୍ତି । ବର୍ତ୍ତମାନ ଏହି କମ୍ପାନରେ କେତେକ କର୍ମଚାରୀ କାମ କରିବେ ଏବଂ ଧିରେ ଧିରେ ବିଜନେସକୁ ଆରମ୍ଭ କରିବେ । କୁହାଯାଉଛି ଯେ ଏହି ଅଫିସରେ ବିଭିନ୍ନ ବୈଠକ କରାଯିବ ।ଏହା ବ୍ୟତୀତ ଏକ୍ସ କର୍ପର ପେଡ ବ୍ଲୁ ଟିକ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି ! ବର୍ତ୍ତମାନ ଆପଣଙ୍କୁ ପ୍ଲାଟଫର୍ମରେ ନିଜର ଯାଞ୍ଚ ଚିହ୍ନକୁ ଲୁଚାଇବାର ଅଧିକାର ଅଛି । ଆଇଏଏନଏସର ଖବର ଅନୁସାରେ, ଏଲୋନ ମସ୍କ ଦ୍ୱାରା ପରିଚାଳିତ କମ୍ପାନୀ ଏକ ଅପଡେଟର ଘୋଷାଣା କରିଛନ୍ତି । ଏଥିରେ ପେଡ ଗ୍ରାହକଙ୍କ ଆକାଉଣ୍ଟରେ ଚେକ ମାର୍କ ଲୁଚା ଯାଇ ପାରିବା, ଯାହା ଦ୍ୱାରା ସେମାନଙ୍କ ପରିଚୟ ଏବଂ ଯାଞ୍ଚ ସ୍ଥିତିକୁ ସଂପୂର୍ଣ୍ଣ ଭାବେ ବ୍ୟକ୍ତି ଗତ ରଖାଯାଇ ପାରିବ । ଏକ୍ସ କହିଛନ୍ତି ଯେ, ଯାଞ୍ଚ ମାର୍କ ଆପଣଙ୍କ ପ୍ରୋଫାଇଲ ଏବା ପୋଷ୍ଟକୁ ଲୁଚାଇ ଦିଆଯିବ । କିନ୍ତୁ ଯାଞ୍ଚର ମାର୍କ କିଛି ସ୍ଥାନରେ ଦେଖାଯିବ । କିଛି ମାମଲାରେ ଜଣା ପଡିଯିବ ଯେ ଆପଣ ଆକ୍ଟିଭ ଅଛନ୍ତି । ଆପଣଙ୍କ ଯାଞ୍ଚ ମାର୍କ ଲୁଚାଇବା ପରେ ବି କିଛି ସୁବିଧା ଉପଲବ୍ଧ ହୋଇପାରିବ ନାହିଁ ।

କେଉଁଠି ଦେଖା ଯିବ : ଏକ୍ସ ଉପରେ ବ୍ଲୁ ଟିକର ପେଡ ବ୍ୟବହାରକାରୀ ଯାଞ୍ଚ ମାର୍କ ଲୁଚାଇବାର ବିକଳ୍ପଟି ଆକାଉଣ୍ଟ ସେଟିଂର କସ୍ଟମାଇଜ ବିଭାଗରେ ଦେଖାଯିବ । ଦ୍ୱିଦର ଚଳିତ ବର୍ଷ ଏପ୍ରିଲରେ ପୁରୁଣା ଚେକମାର୍କ ଅପସରଣ କରିଥରଲା । ପରବର୍ତ୍ତୀ ସମୟରେ ସେଲିବ୍ରିଟି ଏବଂ ପ୍ରଭାବଶାଳୀ ଆକାଉଣ୍ଟ ପାଇଁ ମାଗଣାରେ ନୀଳ ମାର୍କ ପୁନଃ ଆରମ୍ଭ କରି ଦିଆଯିବ । ପ୍ଲାଟଫର୍ମରେ ସ୍ପାମ ôହାସ କରିବା ଲକ୍ଷ୍ୟରେ ଯାଞ୍ଚ ହୋଇନଥିବା ଆକାଉଣ୍ଟ ପାଇଁ ସିଧାସଳଖ ବାର୍ତ୍ତା ପଠାଇବା ଉପରେ ଏକ ନିଷେଧାଦେଶ ଘୋଷଣା କରିଛନ୍ତି ।

ଡିଏମ ଲିମିଟ : ଯାଞ୍ଚ କରାଯାଇନଥିବା ଆକାଉଣ୍ଟ ଦ୍ୱାରା ପଠାଯାଉଥିବା ସିଧାସଳଖ ବାର୍ତ୍ତା ଉପରେ ଏକ ସୀମା ନିଦ୍ଧାରଣ କରାଯିବ । ଏନେଇ ବ୍ୟବହାରକାରୀଙ୍କୁ ସିଧାସଳଖ ବାର୍ତ୍ତା ପଠାଇବା ପାଇଁ ବ୍ଲୁ ଟିକର ମେମ୍ବରସିପପାଇଁ ପେମେଣ୍ଟ କରିବାକୁ ପଡିବ । ବିଶେଷ ଫିଚର ଏବଂ ସୁବିଧା ସହ ଏକ୍ସକ୍ୟୁସିବ ଏକ୍ସପିରିୟନ୍ସ ମଧ୍ୟ ଏହି ସଦଶ୍ୟଙ୍କୁ ପ୍ରାପ୍ତ ହେବ ।

Get real time updates directly on you device, subscribe now.