fbpx
BJD SKY
BJD SKY

ମିଛ ବଳାତ୍କାର ମାମଲା ମଧ୍ୟରେ ଲୁଚି ଯାଉଛି ପ୍ରକୃତ ସତ, ବଳାତ୍କାର ମାମଲାରେ ଜାମିନ ଆବେଦନ ବିଚାର କରିବା ସମୟରେ ନ୍ୟାୟାଳୟକୁ ସତର୍କ ରହିବାକୁ ହେବ

BJD

ପ୍ରୟାଗରାଜ:ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଥାନା ଓ ଅଦାଲତକୁ ଆସୁଥିବା ଅଧିକାଂଶ ବଳାତ୍କାର ମାମଲା ମିଛ ଓ ଭିତ୍ତିହୀନ । କୋର୍ଟ କହିଛନ୍ତି ମିଛ ବଳାତ୍କାର ମାମଲା ମଧ୍ୟରେ ବହୁ ପ୍ରକୃତ ମାମଲା ଏବେ ଅପବାଦ ସ୍ୱରୂପ ହିଁ ସାମ୍ନାକୁ ଆସୁଛି । ଏହି କାରଣରୁ ନ୍ୟାୟାଳୟକୁ ବଳାତ୍କାର ମାମଲାରେ ଜାମିନ ଆବେଦନ ଉପରେ ବିଚାର କରିବା ସମୟରେ ବହୁତ ସତର୍କ ରହିବାକୁ ହେବ ।
ବଳାତ୍କାର ମାମଲାରେ ବାରଣାସୀର ବିବେକ କୁମାର ମୌର୍ଯ୍ୟଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ପରେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ଏପରି ବହୁ ବଳାକ୍ରାର ମାମଲା ଆସୁଛି ଯେଉଁଠି ଯୁବତୀ କିମ୍ବା ମହିଳା ଅଭିଯୁକ୍ତଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ ରଖି ସାରିବା ପରେ ମିଛ ଅଭିଯୋଗରେ ଏଫଆଇଆର ରୁଜୁ କରି ଅନୁଚିତ ଲାଭ ଉଠାଉଛନ୍ତି ।

କୋର୍ଟ କହିଛନ୍ତି ଯେତେବେଳେ ସଂପୃକ୍ତ ମହିଳାଙ୍କ ଆଚରଣ ଭାରତୀୟ ସାମାଜିକ ଓ ପାରିବାରିକ ମାନଦଣ୍ଡର ବିପରୀତ ହେଉଛି ସେତେବେଳେ ଯୁବତୀ କିମ୍ବା ମହିଳାଙ୍କ ପକ୍ଷରୁ ପରିବାରର ସମ୍ମାନ ରକ୍ଷା ଲାଗି ମିଥ୍ୟା ଅଭିଯୋଗରେ ଏଫଆଇଆର୍ ରୁଜୁ କରାଯାଉଛି । ବହୁ ମାମଲାରେ ଏଫଆଇଆର ବେଶ୍ ସାବଧାନତାପୂର୍ବକ ଓ ସଠିକ୍ ଭାବରେ ପ୍ରସ୍ତୁତ କରାଯାଏ । ମଜଭୁତ ମାମଲା ପ୍ରସ୍ତୁତ କରି ଅଭିଯୁକ୍ତକୁ କଠିନ ଦଣ୍ଡ ଦେବା ଲାଗି ଏଥିରେ ଭୁଲ୍ ଉପାୟରେ ବିଭିନ୍ନ ଜିନିଷକୁ ସାମିଲ କରାଯାଇଥାଏ ।

ପୋଲିସ ଓ ଓକିଲ ଏପରି ମିଥ୍ୟା ଅଭିଯୋଗ ଲଗାଇ ଦେଇଥାନ୍ତି ଯେଉଁଥିରେ ଅଭିଯୁକ୍ତକୁ ସହଜରେ ଜାମିନ ମିଳି ନ ଥାଏ । ତେଣୁ ଏପରି ମାମଲାରେ ଏଫଆଇଆର ରୁଜୁ କରିବାର ପ୍ରକ୍ରିୟାରେ ବି ସୁଧାର ଆସିବା ଉଚିତ । ଅନ୍ୟପକ୍ଷରେ ଆଇନ ବି ପୁରୁଷଙ୍କ ପ୍ରତି ବହୁତ ଅଧିକ ପକ୍ଷପାତ କରିଥାଏ ଏହି କାରଣରୁ ଯୌନ ଅପରାଧ ସହ ଜଡିତ ମାମଲାରେ ଅଭିଯୁକ୍ତର ଅଧିକାରର ବି ରକ୍ଷା ହେବା ଉଚିତ ବୋଲି କୋର୍ଟ କହିଛନ୍ତି ।
ବିବେକ କୁମାର ମୌର୍ଯ୍ୟ ମାମଲାରେ କୋର୍ଟ ଏଫଆଇଆରରେ ଉଲ୍ଲେଖିତ ତଥ୍ୟକୁ ଭୁଲ୍ ବୋଲି ବିଚାର କରିବା ସହ ବିବେକଙ୍କ ଜାମିନ ମଞ୍ଜୁର କରିଛନ୍ତି ।

Get real time updates directly on you device, subscribe now.