fbpx

ଏହି ସରକାରୀ ବ୍ୟାଙ୍କର ଗ୍ରାହକଙ୍କୁ ମିଳୁଛି ନୋଟିସ୍: ୩୧ ଅଗଷ୍ଟ ସୁଦ୍ଧା ସାରି ଦିଅନ୍ତୁ ଏହି ଜରୁରୀ କାମ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯେଉଁ ନିବେଶକମାନେ ଏପର୍ଯ୍ୟନ୍ତ KYC ପ୍ରୋସେସ ଶେଷ କରିନାହଁ, ଏହାକୁ ଅଗଷ୍ଟ ୩୧ ସୁଦ୍ଧା ସଂପୂର୍ଣ୍ଣ କରଦିଅନ୍ତୁ । ପିଏନବି ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ ଯେଉଁ ଗ୍ରାହକଙ୍କ KYC ଅସମ୍ପୂର୍ଣ୍ଣ, ସେସମସ୍ତ ଲୋକଙ୍କୁ ପଞ୍ଜୀକୃତ ଠିକଣାକୁ ୨ ଟି ନୋଟିସ୍ ଏବଂ ମୋବାଇଲ୍ ନମ୍ବରରେ ଏସଏମଏସ ପଠାଯାଇଛି ।

କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ :-
ପିଏନବି ଗ୍ରାହକମାନଙ୍କୁ କେୱାଇସି ପାଇଁ ପରିଚୟ ପ୍ରମାଣ, ଠିକଣା ପ୍ରୁଫ୍, ନୂଆ ଫଟୋ, ପାନ୍, ଇନକମ୍ ପ୍ରୁଫ୍, ମୋବାଇଲ୍ ନମ୍ବର (ଯଦି ଲିଙ୍କ୍ ହୋଇନଥାଏ) ପ୍ରଦାନ କରିବା ଆବଶ୍ୟକ । ଗ୍ରାହକମାନେ ନିକଟସ୍ଥ ବ୍ରାଞ୍ଚକୁ ଯାଇ KYC ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ । ମନେରଖନ୍ତୁ ଯେ ବ୍ରାଞ୍ଚ ବ୍ୟତୀତ ଅନ୍ୟ କାହାକୁ ଆପଣଙ୍କର ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ । ଏହା ସହିତ ଯେକୌଣସି KYC ଲିଙ୍କକୁ ଓପନ୍ ଖୋଲିବା ପୂର୍ବରୁ ତାହାକୁ ଭଲ ଭାବରେ ଯାଞ୍ଚ କରନ୍ତୁ ।

ଅନଲାଇନରେ KYC ଯାଞ୍ଚ କରିବେ କିପରି ?
-ସର୍ବପ୍ରଥମେ ପିଏନବି ଅନଲାଇନ ଉପରେ ଲଗଇନ୍ କରନ୍ତୁ ।
-ପର୍ସନାଲ ସେଟିଂ ଭିତରକୁ ଯାଇ ଆପଣ ଆପଣଙ୍କର KYC ଷ୍ଟାଟସ୍ ଚେକ୍ କରିପାରିବେ ।
-ଏଠାରେ ଆପଣଙ୍କୁ ଜଣାପଡିଯିବ କି, KYC କରାଯିବ କି ନାହିଁ । ଏହା ବ୍ୟତୀତ ଆପଣ ବ୍ରାଞ୍ଚ ଯାଇ ଆପଣଙ୍କ KYC କରିପାରିବେ ।

Get real time updates directly on you device, subscribe now.