fbpx
BJD SKY
BJD SKY

Ola Cabsର ସିଇଓ ହେମନ୍ତ ବକ୍ସି ଦେଲେ ଇସ୍ତଫା, ୧୦ ପ୍ରତିଶତ କର୍ମଚାରୀର ଛଟେଇ କରିବ କମ୍ପାନୀ

BJD

ନୂଆଦିଲ୍ଲୀ: ଓଲା କ୍ୟାବ୍ସର ସିଇଓ, ହେମନ୍ତ ବକ୍ସି ୪ ମାସ ମଧ୍ୟରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହି ଇସ୍ତଫା ଏପରି ସମୟରେ ଆସିଛି ଯେତେବେଳେ କମ୍ପାନୀ ରିଷ୍ଟ୍ରକଚରିଂର ପ୍ରକ୍ରିୟା ଆରମ୍ଭ କରୁଛି । ଯେଉଁଥିରେ କମ୍ପାନୀର ପାଖା ପାଖି ୧୦ ପ୍ରତିଶତ କର୍ମଚାରୀମାନଙ୍କ ଛଟେଇ ହୋଇପାରେ ବୋଲି କୁହାଯାଉଛି । ଓଲା କ୍ୟାବ୍ସର ପ୍ୟାରେଣ୍ଟ କମ୍ପାନୀର ନାମ ଏଏନଆଇ ଟେକ୍ନୋଲୋଜୀ ଅଟେ । ବକ୍ସି ଚଳିତ ବର୍ଷ ଜାନୁଆରେ ଓଲା କ୍ୟାବ୍ସ ସହ ଯୋଡି ହୋଇଥିଲେ । ସେ କମ୍ପାନୀର ମ୍ୟାନେଜମେଣ୍ଟ ପାଇଁ ଆସିଥିଲେ । ଏକ ସୂତ୍ରରୁ ପ୍ରକାଶ ଯେ, ରିଷ୍ଟ୍ରକଚରିଂର ପ୍ରକ୍ରିୟାରେ କମ୍ପାନୀରେ ଅନେକ ପଦବୀ ହ୍ରାସ ପାଇବ ଏବଂ ୧୦ ପ୍ରତିଶତ କର୍ମଚାରୀଙ୍କୁ ଏହାର ପ୍ରଭାବ ପଡିବ ।

ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ, ଓଲା କ୍ୟାବର ସିଇଓ ହେମନ୍ତ ବକ୍ସି ବାହାରେ ନୂଆ କିଛି କରିବା ଲାଗି ସେ କମ୍ପାନୀରୁ ଇସ୍ତଫା ଦେଇଛନ୍ତି । ତେବେ ଏହି ଦାୟିତ୍ୱକୁ ସମ୍ଭାଳିବା ପାଇଁ ଖୁବ ଶିଘ୍ର ନୂଆ ନିଯୁକ୍ତି ହେବ । ଏହି ଇସ୍ତଫା ଏଭଳି ସମୟରେ ଆସିଛି ଯେତେବେଳେ ଓଲା କ୍ୟାବ୍ସ ନିଜ ଇନିସିୟାଲ ପବ୍ଲିକ ଅଫର ଆଣିବା ଲାଗି ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ସହ ଆଲୋଚନା ଆରମ୍ଭ କରିଛି ।

ଏହି ଘୋଷଣା ଓଲା କ୍ୟାବ୍ସ ଇନିସିୟାଲ ଅଫର ପାଇଁ ନିବେଶ ବ୍ୟାଙ୍କମାନଙ୍କ ସହ ପ୍ରାରମ୍ଭିକ ଚର୍ଚ୍ଚା ଆରମ୍ଭ କରିବାର ସମ୍ଭାବନାର ମୂଲ୍ୟାଙ୍କନ କରୁଛି । ଏହା ପୂର୍ବରୁ ଏହାର ସହଯୋଗୀ କମ୍ପାନୀ ଓଲା ଇଲେକ୍ଟ୍ରୋନିକ୍ସ ଆଇପିଓ ଜରିଆରେ ପାଖାପାଖି ୭ ହଜାର ୨୫୦ କୋଟି ଟଙ୍କା ଯୋଗାଡ କରିବା ଲାଗି ସେବୀ ପାଖରେ ଅବେଦନ କରିଥିଲା । ଏହା କୌଣସି ଭାରତୀୟ ଇଲେକ୍ଟ୍ରୋନିକ କମ୍ପାନୀ ପକ୍ଷରୁ ସେୟାର ବଜାରରେ ଲିଷ୍ଟିଙ୍ଗର ପ୍ରଥମ ସୁଯୋଗ ଥିଲା।

Get real time updates directly on you device, subscribe now.