fbpx
BJD SKY
BJD SKY

‘ଘରର ବିଦ୍ୟୁତ ବିଲ ହ୍ରାସ କରି ଜିରୋକୁ ଆଣିବା ମୋର ଲକ୍ଷ୍ୟ’, ନିଜର ଆଗାମୀ ଉଦ୍ଦେଶ୍ୟ ବିଷୟରେ ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦୀ

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ତାଙ୍କର ଉଦ୍ଦେଶ୍ୟ ଲୋକମାନଙ୍କର ବିଦ୍ୟୁତ ଏବଂ ଟ୍ରାନ୍ସପର୍ଟ ଖର୍ଚ୍ଚକୁ ହ୍ରାସ କରି ଜିରୋ ସ୍ତରକୁ ଆଣିବା । ସେ ଏହା ମଧ୍ୟ କହିଛନ୍ତି ଯେ, ତୃତୀୟ ଥର ପାଇଁ କେନ୍ଦ୍ର ସରକାର ହେବାରେ ତାଙ୍କର ପ୍ରାଥମିକତା ହେଉଛି ଇଣ୍ଡିଆକୁ ସବୁଠାରୁ ବଡ଼ ଆର୍ଥିକ ସ୍ତରରେ ରଖିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଇଣ୍ଟରଭ୍ୟୁରେ ଏହି କଥାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ସେ ଚାହୁଁଛନ୍ତି ପ୍ରତି ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଯାଉ । ଏଥିରେ ଘରକୁ ବିଦ୍ୟୁତ ମିଳିବ, ଯେଉଁଥିରେ ଇଲେକ୍ଟ୍ରୋନିକ ଜିନିଷ ବ୍ୟବହାରରେ ଆସୁଥିବା ଖର୍ଚ୍ଚ ହ୍ରାସ ହୋଇ ଶୂନ ହେବ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ତିନୋଟି ଜିନିଷ ଚାହୁଁଛି । ପ୍ରଥମ- ପ୍ରତି ଘରେ ବିଦ୍ୟୁତ ବିଲ୍‌ର ଖର୍ଚ୍ଚ ହ୍ରାସ ହୋଇ ଜିରୋ ହୋଇଯାଉ । ଦ୍ୱିତୀୟ- ଅତିରିକ୍ତ ବିଜୁଳିକୁ ବିକ୍ରି କରି ଟଙ୍କା କମାଇବା । ତୃତୀୟ- ଆମେ ବିଦ୍ୟୁତ ମାମଲାରେ ଅତ୍ମନିର୍ଭର ହେବାକୁ ଚାହୁଁଛୁ । କାରଣ ଏହା ପରେ ଇଲେକ୍ଟ୍ରୋନିକ ଯାନର ଯୁଗ ଆସିବ । ସେ କହିଛନ୍ତି ଯେ, ଘରେ ରିନ୍ୟୁଏବଲ ଏନର୍ଜୀର ସୁବିଧା ହେବାରେ ସାଧାରଣ ଲୋକେ ପେଟ୍ରୋଲ ଏବଂ ଡିଜେଲରେ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ଘରେ ସ୍କୁଟର ଏବଂ କାରକୁ ଚାର୍ଜ କରିପାରିବେ ।

ରିନ୍ୟୁଏବଲ ଏନର୍ଜୀର ଲାଭ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରିନ୍ୟୁଏବଲ ଏନର୍ଜୀର ଏବଂ ଇଲେକ୍ଟ୍ରିକ ଯାନର ବ୍ୟବହାରରେ ପରିବେଶ ସ୍ୱଚ୍ଛ ରହିବ ।ଏଥିରେ ପେଟ୍ରୋଲିୟମ ପ୍ରଡକ୍ଟର ଖର୍ଚ୍ଚ ଉପରେ କୋଟି କୋଟି ଡଲାରର ସଞ୍ଚୟ ହେବ । ସେ କହିଛନ୍ତି, ତୃତୀୟ ଥର ଆସନରେ ଆସିଲେ ତାଙ୍କ ସରକାର ଇଣ୍ଡିଆକୁ ଦୁନିଆର ତୃତୀୟ ବୃହତ୍ତମ ଅର୍ଥନୀତି ସ୍ତରରେ ଆଣିବେ ।

ଦୁନିଆରେ ଭାରତୀୟ ଅର୍ଥନୀତିର ସ୍ତିତି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମନମୋହନ ସିଂହ କାର୍ଯ୍ୟକାଳ ସମୟରେ ଆମେ ୧୧ତମ ସ୍ଥାନରେ ଥିଲୁ । ଆମେ ଅନେକ ପ୍ରୟାସ କରିବା ପରେ ୫ମ ସ୍ଥାନରେ ଅଛୁ । ଏବେ ଦେଶକୁ ତୃତୀୟ ସ୍ଥାନରେ ରଖିବା ପାଇଁ ଆମେ ଆହୁରି ଚେଷ୍ଟା କରିବା । ସେଥିପାଇଁ ଆମେ ପ୍ରତି ସେକ୍ଟରରେ ନିଜ ପଲିସି ଜାରି ରଖିବାକୁ ଚାହୁଁଛୁ । ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସରକାର ଆଗାମୀ ପାଞ୍ଚ ବର୍ଷରେ ଇଣ୍ଡିଆକୁ ଷ୍ଟାର୍ଟଅପ ହବ, ମାନ୍ୟୁଫ୍ୟାକଚରିଙ୍ଗ ହବ ଏବଂ ଇନୋଭେସନ ହବ ନିର୍ମାଣ ପାଇଁ ଚେଷ୍ଟା କରିବ ।

Get real time updates directly on you device, subscribe now.