fbpx
BJD SKY
BJD SKY

କେଉଁ କୁକିଂ ଅଏଲ୍ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଭଲ, ଆସନ୍ତୁ ଜାଣିବା ବିଶେଷଜ୍ଞ କ’ଣ କହୁଛନ୍ତି

BJD

ଓଡ଼ିଶା ଭାସ୍କର: ଆମେ ଖାଦ୍ୟ ପ୍ରସ୍ତୁତି ସମୟରେ ତେଲ କିମ୍ବା ଘିଅ ବ୍ୟବହାର କରିଥାଉ । ମାର୍କେଟ୍‌ରେ ବିଭିନ୍ନ ପ୍ରକାରର ଓ ବିଭିନ୍ନ କମ୍ପାନୀର ତେଲ ଓ ଘିଅ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି କେଉଁ ଖାଇବା ତେଲ ସବୁଠାରୁ ଭଲ । ବିଜ୍ଞାନ ଅନୁଯାୟୀ ଯେଉଁ ତେଲରେ ଅନସାଚୁରେଟେଡ୍ ଫ୍ୟାଟ୍ ବା ଉପକାରୀ ଚର୍ବି ଅଧିକ ରହିଥାଏ ତାହା ସାଧାରଣତଃ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ । ଏହା ହାର୍ଟ ଠାରୁ ଆରମ୍ଭ କରି ତ୍ୱଚା ଓ ପୁରା ସ୍ୱାସ୍ଥ୍ୟ ଲାଗି ଲାଭଦାୟକ ହୋଇଥାଏ । କିନ୍ତୁ ଯେଉଁ ତେଲରେ ସାଚୁରେଟେଡ୍ ଫ୍ୟାଟ୍ ବା ଅନୁପକାରୀ ଚର୍ବି ଅଧିକ ଥାଏ ତାହା ସ୍ୱାସ୍ଥ୍ୟ ଲାଗି ବହୁତ ହାନିକାରକ ହୋଇଥାଏ ।

ବିଜ୍ଞାନ ଅନୁଯାୟୀ ଅଲିଭ୍ ଅଏଲ୍ ଖାଇବା ତେଲ ଭିତରେ ସବୁଠାରୁ ଭଲ ବିକଳ୍ପ । ଏହି ତେଲ ମୋନୋ ଅନସାଚୁରେଟେଡ୍ ଫ୍ୟାଟ୍ ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ହୋଇଥାଏ ଯାହା କୋଲେଷ୍ଟ୍ରଲ, ରକ୍ତଚାପ,ଟାଇପ୍ ୨ ଡାଇବେଟିସକୁ କମ୍ କରିବାରେ ସହାୟକ ହୋଇଥାଏ । ଏହା ସହିତ ଏହି ତେଲ ମସ୍ତିଷ୍କ ଲାଗି ମଧ୍ୟ ଲାଭଦାୟକ ।

ସେହିପରି ଆଭୋକାଡୋ ତେଲ ମଧ୍ୟ ଏକ ଭଲ ବିକଳ୍ପ । ଏଥିରେ ଓଲିକ୍ ଏସିଡ୍ ସହିତ ମୋନୋ ଅନସାଚୁରେଟେଡ୍ ଫ୍ୟାଟ୍ ରହିଛି ଯାହା କୋଲେଷ୍ଟ୍ରଲ, ବ୍ଲଡ ପ୍ରେସର, ଡାଇବେଟିସକୁ କମ୍ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତିତ ଏହି ତେଲ ଲ୍ୟୁଟିନରେ ଭରପୁର ହୋଇଥାଏ ଯାହା ଆଖି ଓ ତ୍ୱଚା ଲାଗି ଭଲ ।

ସେହିପରି ରୋଷେଇ ଲାଗି ଅଳସୀ ତେଲ ମଧ୍ୟ ଏକ ଭଲ ବିକଳ୍ପ । ଏଥିରେ ଅଲଫା ଲିନୋଲେନିକ୍ ଏସିଡ୍ ରହିଛି ଯାହା ହାର୍ଟ ଲାଗି ବହୁତ ଭଲ । ଏହା ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ରହିଥିବାରୁ ସ୍ୱାସ୍ଥ୍ୟ ଲାଗି ବହୁତ ଭଲ ।
ସୋରିଷ ତେଲ: ଏହା ମଧ୍ୟ ଏକ ଭଲ ତେଲ । ଏଥିରେ ଓମେଗା ୩ ଓ ଓମେଗା ୬ ଫ୍ୟାଟୀ ଏସିଡ୍ ରହିଛି ଯାହା ସ୍ୱାସ୍ଥ୍ୟ ଲାଗି ଲାଭଦାୟକ । କିନ୍ତୁ ଏହି ତେଲରେ ଇରୁସିକ୍ ଏସିଡ୍ ରହିଛି ଯାହା ଅଧିକ ମାତ୍ରାରେ ସେବନ କ୍ଷତିକାରକ ହୋଇପାରେ । ଏହା ବ୍ୟତିତ ସୂର୍ଯ୍ୟମୁଖୀ ତେଲ ଓ ବାଦାମ ତେଲ ମଧ୍ୟ ଅନସାଚୁରେଟେଡ୍ ଫ୍ୟାଟ୍ ଶ୍ରେଣୀର ଅଟେ । ଅପରପକ୍ଷେ ପାମ୍ ଅଏଲ୍‌, ନଡିଆ ତେଲ, ଦେଶୀ ଘିଅ ଇତ୍ୟାଦି ସାଚୁରେଟେଡ୍ ଫ୍ୟାଟ୍ କାଟାଗୋରୀରେ ଆସିଥାଏ ଯାହା ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ ହୋଇଥାଏ ।

Get real time updates directly on you device, subscribe now.