fbpx
BJD SKY
BJD SKY

WhatsAppରେ ଆଉ ଚାଲିବନି ମନମାନି, DP ପାଇଁ ଆସିଲା ନୂଆ ଫିଚର, ଜାଣନ୍ତୁ ଡିଟେଲ୍ସ

BJD

ନୂଆଦିଲ୍ଲୀ: ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ଲଗାତାର ନିଜ ଫିଚର୍ସକୁ ଅପଡେଟ କରୁଛି । କମ୍ପାନୀ ପୁଣି ଥରେ ୟୁଜର୍ସଙ୍କ ପାଇଁ ଏକ ନୂଆ ପ୍ରାଇଭେସି ବିଶିଷ୍ଟ ଏକ ନୂଆ ଫିଚର ଆଣିଛି । ଏଥିରେ ୟୁଜର୍ସ ଅନ୍ୟ କାହାରି ପ୍ରୋଫାଇଲ ଫିକଚରର ସ୍କ୍ରିନସଟ ନେଇପାରିବେ ନାହିଁ ।

ହ୍ୱାଟ୍ସଆପ ପ୍ରୋଫାଇଲ ପିକଚରର ସ୍କ୍ରିନସଟ ନେବାରେ ପ୍ରତିବନ୍ଧକ ଲଗାଇବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ମେଟାର ଇନଷ୍ଟାଣ୍ଟ ମେସେଜିଙ୍ଗ ପ୍ଲାଟଫର୍ମରେ ଡିପି ସ୍କ୍ରିନସଟ ବ୍ଲକ ଫିଚରକୁ ରୋଲଆଉଟ କରିଛି । ଅନେକ ୟୁଜର୍ସ ଷ୍ଟେବଲ ଭର୍ଜନରେ ଏହି ଫିଚରର କାମ କରିବା ଆରମ୍ଭ କରିଦେଇଛି ।

ହ୍ୱାଟ୍ସଆପ ପ୍ରୋଫାଇଲ ଫିଚର ବ୍ଲକର ଫିଚର ଅନେକ ସମୟରୁ ଆପର ବୀଟା ଭର୍ଜନ ରୋଲ ଆଉଟ ହେବା ଆରମ୍ଭ ହୋଇସାରିଛି । ଅନେକ ୟୁଜର୍ସ ଏହାର ବ୍ୟବହାର କରିପାରୁଛନ୍ତି । ଯଦି କିଏ ଆପଣଙ୍କ ସ୍କ୍ରିନସଟ ନେବାକୁ ଚେଷ୍ଟା କରିବ, ତେବେ ତାଙ୍କୁ ଏକ ୱାର୍ଣ୍ଣିଂ ମିଳିବ । ଏଥିରେ ଲେଖାଯିବ ଯେ, ‘କାଣ୍ଟ ଟେକ ସ୍କ୍ରିନସଟ ଡିୟୁ ଟୁ ଆପ ରେଷ୍ଟ୍ରିକ୍ସନ’ ।

Get real time updates directly on you device, subscribe now.