fbpx
BJD SKY
BJD SKY

୭ ପିଲାର ମା’ ଓ ୫ ପିଲାର ବାପା ପରସ୍ପରକୁ କଲେ ପ୍ରେମ ବିବାହ, ସୁରକ୍ଷା ଲାଗି ପହଞ୍ଚିଲେ ହାଇକୋର୍ଟ

BJD

ଚଣ୍ଡୀଗଡ: ଏଠାରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ୭ ସନ୍ତାନ ଥିବା ଜଣେ ମହିଳା ଓ ୫ ସନ୍ତାନ ଥିବା ଜଣେ ପୁରୁଷ ପରସ୍ପରକୁ ପ୍ରେମ ବିବାହ କରିବା ପରେ ହାଇକୋର୍ଟରେ ପହଞ୍ଚି ସୁରକ୍ଷା ଦାବୀ କରିଛନ୍ତି । ଏହି ୨ ଜଣଙ୍କୁ କିଛି ସମୟ ଲାଗି ସୁରକ୍ଷା ଗୃହରେ ରଖାଯାଇଥିଲା । ତେବେ ଏ ଦୁଇ ଜଣ ବିବାହ ପରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । କୋର୍ଟ ଏହି ଯାଚିକାକୁ ଖାରଜ କରି ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହି ମାମଲା ହରିୟାଣା ନୁହଁର । ଏଠାରେ ଜଣେ ଆଡଭୋକେଟଙ୍କ ଜରିଆରେ ଜଣେ ପୁରୁଷ ଓ ମହିଳା କୋର୍ଟରେ ଯାଚିକା ଦାଖଲ କରିଥିଲେ । ଉଭୟ କୋର୍ଟରେ ପ୍ରଥମେ ସୁରକ୍ଷା ଯାଚିକା ଦାଖଲ କରିଥିଲେ । ଶୁଣାଣୀ ସମୟରେ ଏମାନେ କହିଥିଲେ କି ସେମାନଙ୍କୁ ନୁହଁ ପୋଲିସ ସୁରକ୍ଷାରେ ରଖାଯାଇଥିଲା । କିନ୍ତୁ ଏବେ ସୁରକ୍ଷାର ଆବଶ୍ୟକତା ନାହିଁ । ଏବେ ସେମାନଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ ।

ତେବେ ଏହି ମହିଳା ଜାୟଦା ନିଜର ପ୍ରଥମ ବିବାହରୁ ହୋଇଥିବା ପୁଅ ଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ୪ ଏପ୍ରିଲ ୨୦୨୪ରେ ଅଭିଯୋଗ କରିଥିଲେ । ମହିଳା ଅଭିଯୋଗ କରିଥିଲେ କି ତାକୁ ପଇସା ନ ଦେବାରୁ ସେ ମାରପିଟ୍ କରୁଛି । ଏହି ଅଭିଯୋଗର ଯାଞ୍ଚ ଜାରି ରହିଛି । ତେବେ ପରବର୍ତ୍ତୀ ସମୟରେ ଏମାନେ ସୁରକ୍ଷା ଦାବୀ କରି କୋର୍ଟରେଳ ଯେଉଁ ଯାଚିକା ଦାଖଲ କରିଥିଲେ ତାହାକୁ ଫେରାଇ ନେଇଥିଲେ ।

ଏହି ମାମଲାରେ କୋର୍ଟ ତାଙ୍କ ଆଦେଶ ଜାରି କରିବା ପୂର୍ବରୁ କହିଛନ୍ତି, ମହିଳାଙ୍କର ୭ ଓ ପୁରୁଷଙ୍କର ୫ ସନ୍ତାନକୁ ମିଶାଇ ଏମାନଙ୍କର ୧୨ ଜଣ ସନ୍ତାନ ରହିଛନ୍ତି । ତେଣୁ ଏମାନେ ଦେଶର ଜନସଂଖ୍ୟା ସହିତ ନିଜ ପିଲାମାନଙ୍କ କଥା ବି ଚିନ୍ତା କରିବା ଉଚିତ । ପରବର୍ତ୍ତୀ ସମୟରେ ସୁରକ୍ଷା ସଂପର୍କିତ ଏମାନଙ୍କ ଯାଚିକାକୁ କୋର୍ଟ ଖାରଜ କରି ଦେଇଛନ୍ତି ।

Get real time updates directly on you device, subscribe now.